ଷ୍ଟେଟ୍ ବ୍ୟାଙ୍କ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବନ୍ଧୁତା ପୂର୍ଣ୍ଣ କ୍ରିକେଟ ମ୍ୟାଚ୍

ଭୁବନେଶ୍ୱର, ୨୪/୦୨ : ଭାରତୀୟ ଷ୍ଟେଟ୍ ବ୍ୟାଙ୍କ କଟକ ଆଞ୍ଚଳିକ କାର୍ଯ୍ୟାଳୟ ତରଫରୁ ଏକ ବନ୍ଧୁତାପୂର୍ଣ୍ଣ କ୍ରିକେଟ ମ୍ୟାଚ୍ କଟକ ଉପକଣ୍ଠ ତ୍ରିଶୁଳିଆଠାରେ ଥିବା ଏକ ଅତ୍ୟାଧୁନିକ Open turf Goundରେ ଅନୁଷ୍ଠିତ ହୋଇଯାଇଛି। ଷ୍ଟେଟବ୍ୟାଙ୍କର କଟକ, ଭୁବନେଶ୍ଵର, ଖୋର୍ଦ୍ଧା ଏବଂ ପୁରୀ ଜିଲ୍ଲାର ଖ୍ୟାତନାମା ଖେଳାଳିମାନେ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଭୁବନେଶ୍ଵର ଜୋନ୍-୧୧ ଟିମ୍ ଚାମ୍ପିଆନ୍ ହୋଇଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ଏସ୍‌ବିଆଇ, ଭୁବନେଶ୍ବର ପ୍ରଶାସନିକ କାର୍ଯ୍ୟାଳୟର ଡିଜିଏମ ପ୍ରଶାନ୍ତ କୁମାର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ।

କର୍ମବହୁଳ ଜୀବନ ମଧ୍ୟରେ ଖେଳ ଏବଂ ବ୍ୟାୟାମର ଉପକାରିତା ବିଷୟରେ ବୁଝାଇଥିଲେ । ଖେଳ ଦେଖିବା ପାଇଁ ଉପସ୍ଥିତ ଥିବା ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କୁ ବ୍ୟାଙ୍କର ଆଞ୍ଚଳିକ ପ୍ରବନ୍ଧକ ଚୌଧୁରୀ ଅସ୍ଵୀନ ଅନୁପମ ପ୍ରହରାଜ ସ୍ଵାଗତ କରିଥିଲେ। ସୁସ୍ଥ ଓ ନିରୋଗ ରହିବା ପାଇଁ କିଛି ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ। ଏଥି ସହିତ ଲୋକମାନଙ୍କୁ ଡିଜିଟାଲ ଠକେଇରୁ ନିଜକୁ ରକ୍ଷା କରିବା ପାଇଁ ସଚେତନ କରାଇଥିଲେ। ବ୍ୟାଙ୍କରେ ମିଳୁଥିବା ବିଭିନ୍ନ ସେବା ଏବଂ ଏହାର ସରଳ ଉପଲବ୍ଧିତା ବିଷୟରେ ଲୋକମାନଙ୍କୁ ବୁଝାଇଥିଲେ। ବ୍ୟାଙ୍କର କର୍ମଚାରୀମାନଙ୍କ ଦ୍ଵାରା ସ୍ଵେଚ୍ଛାକୃତ ଭାବରେ ସଂଗୃହୀତ ପାଣ୍ଠି ନିକଟରେ ଅବସ୍ଥିତ ଜରାନିବାସରେ ରହୁଥ‌ିବା ଅସହାୟ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ସ୍ଥିର କରାଗଲା। ଏହି କାର୍ଯ୍ୟକ୍ରମକୁ ଏସବିଆଇ ରିଜିଓନାଲ ଅଫିସର କର୍ମଚାରୀମାନେ ସୂଚାରୁ ରୂପେ ପରିଚାଳନା କରିଥିଲେ।