ଭୁବନେଶ୍ୱର, ୨୪/୦୨ : ୨୦୨୭ ଫେବୃଆରୀ ପୂର୍ବରୁ ପଞ୍ଚାୟତ ନିର୍ବାଚନ କରିବା ନେଇ କୌଣସି ନିଷ୍ପତି ହୋଇନାହିଁ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ କହିଛନ୍ତି । ବର୍ତ୍ତମାନ ସମୟରେ ବ୍ଲକ୍ ପଞ୍ଚାୟତ ପୁନର୍ଗଠନ କରିବା ପାଇଁ ପ୍ରଶାସନିକ ସ୍ତରରେ ନିଷ୍ପତି ନିଆଯାଇ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି । ଓଡ଼ିଶାରେ ପଞ୍ଚାୟତ ନିର୍ବାଚନ ନିର୍ଦ୍ଧାରିତ ସମୟ ଫେବ୍ରୁଆରୀ ୨୦୨୭ ପୂର୍ବରୁ କରାଯିବା ନିମନ୍ତେ ସରକାରଙ୍କ ଦ୍ବାରା କୌଣସି ନିଷ୍ପତ୍ତି ଗ୍ରହଣ କରାଯାଇନାହିଁ । ବର୍ତ୍ତମାନ ସମୟରେ ବ୍ଲକ ପଞ୍ଚାୟତ ପୁନର୍ଗଠନ କରିବା ପାଇଁ ପ୍ରଶାସନିକ ସ୍ତରରେ ନିଷ୍ପତି ନିଆଯାଇ ନାହିଁ । ଯେବେ, ସରକାର ବ୍ଲକ ଓ ପଞ୍ଚାୟତ ପୁନର୍ଗଠନ ପାଇଁ ନିଷ୍ପତି ନେବେ, ସେହି ସମୟରେ ପ୍ରଚଳିତ ନୀତି ନିୟମ ସମ୍ପର୍କୀତ ନିର୍ଦ୍ଦେଶାବଳୀ ଅନୁଯାୟୀ ବ୍ଲକ ଓ ପଞ୍ଚାୟତ ପୁନର୍ଗଠନ ପାଇଁ ଆସିଥିବା ପ୍ରସ୍ତାବ ଉପରେ ତର୍ଜମା କରି ନିଷ୍ପତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।