ଟ୍ୱିନ ସିଟିକୁ ଘଡଘଡି ସହ ବର୍ଷା ନେଇ ୩ଘଣ୍ଟା ସତର୍କ ସୂଚନା

ଭୁବନେଶ୍ୱର, ୨୪/୦୨ : ଟ୍ୱିନ ସିଟିରେ ଘଡଘଡି ସହ ବର୍ଷା ନେଇ ୩ଘଣ୍ଟିଆ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଟୁଇନ୍‌ ସିଟି ସହିତ ପୁରୀ, ମୟୂରଭଞ୍ଜ, କେନ୍ଦୁଝର, ଗଞ୍ଜାମ, ଗଜପତି, ରାୟଗଡା, କେନ୍ଦ୍ରାପଡା, ଜଗତସିଂହପୁର ଜିଲାକୁ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି । ଆଗାମି ଦୁଇ ଦିନ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । ବଜ୍ରପାତ ଓ ଝଡ ତୋଫାନ ପାଇଁ ଆଞ୍ଚଳିକ ପାଣିପାଗ ବିଭାଗର ସତର୍କତା ସୂଚନା ରହିଛି । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ସ୍ପଷ୍ଟ ଚିହ୍ନିତ ହୋଇଛି । ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିପାରେ । ୧୫ ଜିଲାରେ ଘଡଘଡି ସହ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।