ନୂଆଦିଲ୍ଲୀ, ୨୫/୦୨ : ଦେଶର ରାଜଧାନୀ ଦିଲ୍ଲୀରେ ଏକ ଅତି ଲୋମହର୍ଷଣକାରୀ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ବାହ୍ୟ ଉତ୍ତର ଦିଲ୍ଲୀର ସମୟପୁର ବାଦଲି ଅଞ୍ଚଳରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ଏବଂ ତିନି ନାବାଳିକା ଝିଅଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ବୁଧବାର ସକାଳେ ଏହି ଘଟଣା ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।