ଭୁବନେଶ୍ୱର, ୨୫/୦୨ : ନିଜ ଜନ୍ମ କଲା ମାଆ ଏବଂ ରକ୍ତର ଭାଇକୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେଲା ନାବାଳିକା ଝିଅ । ମାଆ ଓ ଭାଇକୁ ହତ୍ୟା କରିବାକୁ ପ୍ରେମିକ ସହିତ ମିଶି ଷଡ଼ଯନ୍ତ୍ର ରଚିଥିଲା । କୋରାପୁଟ ବୋରିଗୁମା ପୋଲିସ ଡବଲ୍ ମର୍ଡର ଘଟଣାର ପର୍ଦ୍ଦାଫାସ୍ କରିଛି । ନାବାଳିକା ଏବଂ ତାର ପ୍ରେମିକ ସହିତ ୫ ଜଣଙ୍କୁ ପୋଲିସ ଗିରଫ କରିଛି । ବୋରିଗୁମ୍ମା ମେଇନ ରୋଡ଼ରେ ରହୁଥିବା ଅନୁଷ୍କା ପରିଡାଙ୍କ ଝିଅ ଏବଂ ଘର ପାଖ ଜଣେ ପିଲା ମଧ୍ୟରେ ପ୍ରେମ ସମ୍ପର୍କ ଥିଲା । କିନ୍ତୁ ନାବାଳିକାର ମାଆ ଏହି ପ୍ରେମ ସମ୍ପର୍କକୁ ବିରୋଧ କରୁଥିଲେ । ମାଆକୁ ରାସ୍ତାରୁ ହଟାଇବାକୁ ନାବାଳିକା ତାର ପ୍ରେମିକ ସହିତ ମିଶି ହତ୍ୟା ଷଡ଼ଯନ୍ତ୍ର ରଚିଥିଲା । ଗତ ୧୮ ତାରିଖ ରାତିରେ ପ୍ରେମିକ ଓ ତାର ୩ ସହଯୋଗୀ ହତ୍ୟା କରିବା ପରେ ୨ଟି ମୃତଦେହକୁ ନିକଟସ୍ଥ କେନାଲରେ ଫିଙ୍ଗି ଦେଇଥିଲେ । ଏହା ପରେ ନାବାଳିକା ଗତ ୨୧ ତାରିଖରେ ମାଆ ଏବଂ ଭାଇ ନିଖୋଜ ଥିବା ନେଇ ଏତଲା କରିଥିଲେ । ତେବେ ତଦନ୍ତ ପରେ ସମସ୍ତ ୫ ଜଣ ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ ସଫଳ ହୋଇଛି । ଗତ ୨୦ ତାରିଖରେ ମାଆ ଓ ପୁଅ କେଉଁ ଆଡ଼େ ନିଖୋଜ ହୋଇଯାଇଥିବା ଜଣା ପଡ଼ିଥିଲା । ସେମାନଙ୍କ ଫୋନ୍ ମଧ୍ୟ ସୁଇଚ୍ ଅଫ୍ ଦେଖାଇଥିଲା । ୨୧ ତାରିଖରେ ପରିବାର ଲୋକେ ବୋରିଗୁମ୍ମା ଥାନାରେ ଏକ ନିଖୋଜ ଏତଲା ଦେଇଥିଲେ । ତେବେ ଚାରି ଦିନ ପରେ ଆଜି କୋଟପାଡ଼ ଥାନା ଅନ୍ତର୍ଗତ ଅଣ୍ଡିରା ମୁଣ୍ଡା କେନାଲ ନିକଟରେ ଏକ ବସ୍ତା ଭାସୁଥିବାର ଲୋକେ ଦେଖି ସନ୍ଦେହରେ ପୋଲିସକୁ ଖବର ଦେଇଥିଲେ । ପୋଲିସ, ଅଗ୍ନିଶମ ଟିମ୍ ଏବଂ ସାଇଣ୍ଟିଫିକ ଟିମ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ବସ୍ତାକୁ କୂଳକୁ ଆଣିଥିଲେ । ସେହି ବସ୍ତା ଭିତରୁ ଗଳିତ ମୃତ ଦେହ ମିଳିଥିଲା । ଯାହାକି ଏହେମ ପିରିଡାର ବୋଲି ସ୍ପଷ୍ଟ ହୋଇଥିଲା । ତାର ଗଳାକାଟି ହତ୍ୟା କରାଯାଇଥିଲା ।