ବାୟୁସେନାରେ ବଢ଼ିଲା ଅଗ୍ନିବୀର ଆବେଦନକାରୀଙ୍କ ବୟସ ସୀମା

ନୂଆଦିଲ୍ଲୀ, ୨୫/୦୨ : ଚଳିତ ବର୍ଷ ବାୟୁସେନାରେ ଅଗ୍ନିବୀର ଭର୍ତ୍ତି ପାଇଁ ୧୭ ବର୍ଷ ବୟସରୁ ୨୨ ବର୍ଷ ବୟସର ଯୁବକମାନେ ଆବେଦନ କରିପାରିବେ । ପୂର୍ବରୁ କେବଳ ୧୭ ରୁ ୨୧ ବର୍ଷ ବୟସର ଯୁବକମାନେ ଆବେଦନ କରିପାରୁଥିଲେ । ତେଣୁ ପୁଣି ଥରେ ଆବେଦନ ପାଇଁ ୱେବ୍ ସାଇଟ୍ ଖୋଲିବ । ସର୍ବାଧିକ ବୟସ ସୀମା ବୃଦ୍ଧି ସହିତ, ଅଧିକ ବୟସ ହେତୁ ଆବେଦନରୁ ବଞ୍ଚିତ ହୋଇଥିବା ଯୁବକମାନେ ଏକ ବଡ଼ ଆଶ୍ୱସ୍ତି ପାଇଛନ୍ତି । ବୟସ ସୀମା ବୃଦ୍ଧି ନିଷ୍ପତ୍ତି ପରେ ଭାରତୀୟ ବାୟୁସେନା ଅଗ୍ନିବୀର ଭର୍ତ୍ତି ପାଇଁ ଆବେଦନ ପାଇଁ ୱେବ ସାଇଟ୍ ପୁଣି ଥରେ ଖୋଲାଯିବ । ଆବେଦନ କରିବାରୁ ବଞ୍ଚିତ ହୋଇଥିବା ଯୋଗ୍ୟ ପ୍ରାର୍ଥୀମାନେ ଆସନ୍ତା ୩ ମାର୍ଚ୍ଚ ରୁ ୧୦ ମାର୍ଚ୍ଚ ମଧ୍ୟରେ iafrecruitment.edcil.co.in/agniveervayu କୁ ଯାଇ ଆବେଦନ କରିପାରିବେ । ପୂର୍ବରୁ ୮ ଫେବୃଆରୀ ୨୦୨୬ ପର‌୍ୟ୍ୟନ୍ତ ଆବେଦନ ପତ୍ର ଗ୍ରହଣ କରାଯାଇଥିଲା।ଏହା ଦ୍ୱାରା ଅଧିକରୁ ଅଧିକ ଯୁବପୀଢ଼ିଙ୍କୁ ସେନାରେ ଭର୍ତ୍ତି ହେବାର ସୁଯୋଗ ମିଳିବ ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ କହିଛି । ଏଥିପାଇଁ ଶିକ୍ଷାଗତ ଯୋଗ୍ୟତା ଦଶମ ଏବଂ ଦ୍ୱାଦଶ ପରୀକ୍ଷାରେ ଗଣିତ, ଭୌତିକ ଏବଂ ଇଂରାଜୀରେ ମୋଟ ୫୦ ପ୍ରତିଶତ ମାର୍କ ଏବଂ କେବଳ ଇଂରାଜୀରେ ୫୦ ପ୍ରତିଶତ ମାର୍କ ରଖିଥିବା ଆବଶ୍ୟକ । ଇଞ୍ଜିନିୟରିଂରେ ଡିପ୍ଲୋମା କରିଥିବା ଇଚ୍ଛୁକ ଯୁବକମାନେ ଆବେଦନ କରିପାରିବେ । ସମସ୍ତ ବର୍ଗ ପାଇଁ ଆବେଦନ ଶୁଳ୍କ ୫୫୦ ଟଙ୍କା ଏବଂ ୧୮ ପ୍ରତିଶତ ଜିଏସଟି ଦେବାକୁ ପଡ଼ିବ । ଅନଲାଇନ ମାଧ୍ୟମରେ ଆବେଦନ ଶୁଳ୍କ ଭରି ପାରିବେ । ପ୍ରଥମ ପର୍ଯ୍ୟାୟରେ ଅନଲାଇନ୍ ପରୀକ୍ଷା ରହିବ । ସେଥିରେ ନେଗେଟିଭ୍ ମାର୍କିଂ ମଧ୍ୟ କରାଯିବ । ଦ୍ୱିତୀୟ ପର୍ଯ୍ୟାୟରେ ଶାରୀରିକ ପରୀକ୍ଷା ଦେବାକୁ ପଡ଼ିବ । ପୁରୁଷମାନେ ୭ ମିନିଟରେ ଏବଂ ମହିଳାମାନେ ୮ ମିନିଟରେ ୧୬୦୦ ମିଟର୍ ବା ୧ କିଲୋମିଟର୍ ୬୦୦ ମିଟର୍ ଦୌଡ଼ିବେ । ଏହା ସହିତ ପୁସ୍ ଅପ୍, ସିଟ୍-ଅପ୍ସ ଏବଂ ସ୍କ୍ୱାଟ୍ସ ଭଳି ଶାରିରୀକ ପରୀକ୍ଷା ରହିବ । ତୃତୀୟ ପର୍ଯ୍ୟାୟରେ ମେଡ଼ିକାଲ ପରୀକ୍ଷା ଦେବାକୁ ପଡ଼ିବ । ଯାହାକି ଚତୁର୍ଥ ବର୍ଷ ସୁଦ୍ଧା ୪୦,୦୦୦ କୁ ବୃଦ୍ଧି ପାଇବ। ଚାରି ବର୍ଷ ଚାକିରି ସମାପ୍ତ କରିବା ପରେ ଅଗ୍ନିବୀରମାନେ ପ୍ରାୟ ୧୦.୦୪ ଲକ୍ଷ ଟଙ୍କାର ‘ସେବା ନିଧି’ ପ୍ୟାକେଜ୍ ପାଇବେ। ଏହା ସହିତ ୨୫ ପ୍ରତିଶତ ଅଗ୍ନିବୀରଙ୍କୁ ସେମାନଙ୍କ କାର୍ଯ୍ୟଦକ୍ଷତା ଆଧାରରେ ବାୟୁସେନାରେ ସ୍ଥାୟୀ କ୍ୟାଡର୍ ପାଇଁ ବିବେଚନା କରାଯିବ।