ସକାଳୁ ଥଣ୍ଡା , ଦିନ ୧୦ଟାରୁ ରାଜ୍ୟରେ ଅସହ୍ୟ ତାତି

ଭୁବନେଶ୍ୱର, ୨୬/୦୨ : ସକାଳୁ ସକାଳୁ ଅନୁଭୂତ ହେଉଛି ଥଣ୍ଡା। କିଛି କିଛି ସ୍ଥାନରେ କୁହୁଡି ମଧ୍ୟ ପରିଲିକ୍ଷିତ ହେଉଛି। ସକାଳେ ଶୀତ ହେଉଥିବା ବେଳେ ଦିନ ୧୦ ବେଳୁ ଅସହ୍ୟ ତାତି ଅନୁଭୂତ ହେଉଛି। ତେବେ ବୁଧବାର ରାତିରେ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲା ଗୁଡିକର ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକ ଠାରୁ ପ୍ରାୟ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିଛି। ରାଜ୍ୟରେ ଏହି ତାପମାତ୍ରା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହାସହିତ ଏବେ ସର୍ବାଧିକ ତାପମାତ୍ରା ୩୬ ଡିଗ୍ରୀ ଓ ସର୍ବନିମ୍ନ ତାପମାତ୍ରା ୨୦ ଡିଗ୍ରୀ ମଧ୍ୟରେ ରହିବ ବୋଲି ପୂର୍ବାନୁମାନ କରାଯାଇଛି। ଆସନ୍ତା ୬ ରୁ ୭ ଦିନ ମଧ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ରାଜ୍ୟରେ ଏହି ତାପମାତ୍ରା ଜାରି ରହିବ। ଏଥିସହ ରାଜ୍ୟରେ ଦିନରେ ପାଗ ଶୁଖିଲା ଓ ଖରାଟିଆ ରହିବ। ଏପରିକି ସକାଳୁ ସକାଳୁ ଅଳ୍ପ ମାତ୍ରାରେ ଥଣ୍ଡା ଅନୁଭୂତ ହୋଇପାରେ କିନ୍ତୁ ପାରଦ ସ୍ତର ବଢ଼ିବାର ସମ୍ଭାବନ ଅଧିକ ରହିଛି କମିବାର ନୁହେଁ। ତେବେ ରାଜ୍ୟର ସର୍ବନିମ୍ନ ରାତି ତାପମାତ୍ରା ଘୁ.ଉଦୟଗିରି ଠାରେ ୭.୬ ଡିଗ୍ରୀ ରେକର୍ଡ଼ ହୋଇଥିବା ବେଳେ ସେମିଳିଗୁଡାରେ ୯.୨ ଡିଗ୍ରୀ, ରାଉରକେଲାରେ ୧୦ ଡିଗ୍ରୀ ରହିଛି।