ଜିମ୍ବାୱେକୁ ୭୨ ରନରେ ହରାଇଲା ଭାରତ

ନୂଆଦିଲ୍ଲୀ, ୨୭/୦୨ : ସୁପର-୮ର ମ୍ୟାଚରେ ଭାରତ ଧମାକାଦାର ବିଜୟ। ଜିମ୍ବାଓ୍ଵେକୁ ଏକତରଫା ମ୍ୟାଚରେ ୭୨ ରନରେ ହରାଇଛି ସୂର୍ଯ୍ୟ ବାହିନୀ । ଏହି ମୁକାବିଲା ଜିତିବା ସହ ଭାରତର ସେମି ଫାଇନାଲ୍ ଆଶା ଉଜ୍ଜୀବିତ ରହିଛି। ଭାରତ ଦ୍ଵାରା ଧାର୍ଯ୍ୟ ୨୫୭ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଜିମ୍ବାଓ୍ଵେ ୬ ଓ୍ଵିକେଟ୍ ହରାଇ ୧୮୪ ରନ କରି ପାରିଛି । ବ୍ରିୟାନ ବେନେଟ୍ ୯୭ ରନର ଅପରାଜିତ ଦମଦାର ଇନିଂସ ଖେଳିଛନ୍ତି । ବ୍ୟାଟିଂରେ ଭାରତ ପକ୍ଷରୁ ଅଭିଷେକ ଶର୍ମା ଓ ହାର୍ଦ୍ଦିକ ପାଣ୍ଡ୍ୟା ଅର୍ଦ୍ଧଶତକ ହାସଲ କରିଛନ୍ତି। ବୋଲିଂରେ ଅର୍ଶଦୀପ ସିଂ ୩ଟି ଓ୍ଵିକେଟ୍ ନେଇଛନ୍ତି । ଏବେ ମାର୍ଚ୍ଚ ୧ରେ ଭାରତ ନିଜର ଶେଷ ସୁପର-୮ ମ୍ୟାଚରେ ଓ୍ଵେଷ୍ଟଇଣ୍ଡିଜକୁ ଭେଟିବ। ପ୍ରଥମେ ବ୍ୟାଟିଂ କରିଥିବା ଟିମ୍ ଇଣ୍ଡିଆ ୪ ଓ୍ଵିକେଟ୍ ହରାଇ ୨୫୬ ରନର ବିଶାଳ ସ୍କୋର କରିଥିଲା । ଟି-୨୦ ବିଶ୍ଵକପ୍ ଇତିହାସରେ ଏହା ଦ୍ଵିତୀୟ ସର୍ବାଧିକ ସ୍କୋର। ଲଗାତାର ନିରାଶ କରୁଥିବା ଅଭିଷେକ ଶର୍ମା ୫୫ ରନ କରିଥିବା ବଳେ ହାର୍ଦ୍ଦିକ ପାଣ୍ଡ୍ୟା ୫୦ ଓ ତିଳକ ବର୍ମା ୪୪ ରନ ବିସ୍ଫୋରକ ଇନିଂସ ଖେଳିଥିଲେ । ଜିମ୍ବାୱେକୁ ୨୫୭ ଆଗରେ ରହିଛି ୨୫ ରନର ବିଜୟ ଲକ୍ଷ୍ୟଦେଇଥିଲା ଭାରତ।