ଭାରତୀୟ କ୍ରିକେଟର ରିଙ୍କୁ ସିଂହଙ୍କ ପିତାଙ୍କ ପରଲୋକ

ନୂଆଦିଲ୍ଲୀ, ୨୭/୦୨ : ଭାରତୀୟ କ୍ରିକେଟର ରିଙ୍କୁ ସିଂହଙ୍କ ପିତା ଖଚନ୍ଦ୍ର ସିଂହଙ୍କ ଦେହାନ୍ତ ହୋଇଛି । ସେ ଗ୍ରେଟର ନୋଏଡାର ଯଥାର୍ଥ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ରିଙ୍କୁ ସିଂହଙ୍କ ପିତା ଖଚନ୍ଦ୍ର ସିଂହ ଷ୍ଟେଜ୍-୪ ଲିଭର କ୍ୟାନସର ସହିତ ଲଢ଼ୁଥିଲେ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ନିକଟରେ ଖରାପ ହୋଇଥିଲା, ଯାହା ଫଳରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ପିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ଜାଣିବା ପରେ, ରିଙ୍କୁ ସିଂହଙ୍କୁ ହଠାତ୍ ଟିମ୍ ଇଣ୍ଡିଆ ଛାଡି ଘରକୁ ଫେରିଆସିଥିଲେ । ଖାଚନ୍ଦ୍ର ସିଂହ କିଛି ଦିନ ଧରି ମେକାନିକାଲ୍ ଭେଣ୍ଟିଲେଟର ସପୋର୍ଟରେ ଥିଲେ ଏବଂ ତାଙ୍କୁ ବୃକକ୍ ରିପ୍ଲେସମେଣ୍ଟ ଥେରାପି ଦିଆଯାଉଥିଲା । ଟି-୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆର ସବୁଠାରୁ ଭଲ ଖେଳାଳି ରିଙ୍କୁ ସିଂହ ସୂଚନା ଦେଇଛନ୍ତି ଯେ, ସେ ଦଳ ଛାଡି ଘରକୁ ଫେରିଯାଇଛନ୍ତି । ମଙ୍ଗଳବାର ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଟିମ୍ ଇଣ୍ଡିଆ ଏକ ଅଭ୍ୟାସ ସେସନ୍ କରିଥିଲା, କିନ୍ତୁ ରିଙ୍କୁ ସିଂହ ଏଥିରେ ଅଂଶଗ୍ରହଣ କରି ନଥିଲେ। ଅନ୍ୟ ଖେଳାଳିମାନଙ୍କୁ ଅଭ୍ୟାସ କରୁଥିବାର ଦେଖାଯାଇଥିଲା । ଏହାର କିଛି ସମୟ ପରେ ଖବର ଆସିଥିଲା ଯେ ତାଙ୍କ ବାପା ଗୁରୁତର ଅସୁସ୍ଥ ଏବଂ ଜୀବନ ସହିତ ସଂଘର୍ଷ କରୁଛନ୍ତି । ଏହି କାରଣରୁ ରିଙ୍କୁଙ୍କୁ ଘରକୁ ଫେରିବାକୁ ପଡିଲା ।