ନୂଆଦିଲ୍ଲୀ, ୨୭/୦୨ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭାରତୀୟ ଜନତା ପାର୍ଟୀର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ସାକ୍ଷାତ କରିଛନ୍ତି । ଗୁରୁବାର ହୋଇଥିବା ଏହି ସାକ୍ଷାତରେ ରାଜ୍ୟର ସଂଗଠନ ସମନ୍ୱୟକୁ ସୁଦୃଢ଼ କରିବା ଏବଂ ବିକାଶ ପଦକ୍ଷେପକୁ ତ୍ୱରାନ୍ୱିତ କରିବା ଉପରେ ଆଲୋଚନା ହୋଇଥିବା ମୁଖ୍ୟମନ୍ତ୍ରୀ ଏକ୍ସରେ ସୂଚନା ଦେଇଛନ୍ତି । ସେହିପରି ସୁଶାସନ, ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧି ଏବଂ ରାଜ୍ୟର ଲୋକଙ୍କ ବିକାଶ ପାଇଁ ଆମର ମିଳିତ ପ୍ରତିବଦ୍ଧତା ଉପରେ ଆଲୋଚନା ହୋଇଛି । ମୁଖ୍ୟମନ୍ତ୍ରୀ ଗତକାଲି ନୂଆଦିଲ୍ଲୀରେ ନୂତନ ଓଡ଼ିଶା ଭବନ ନିର୍ମାଣ ପାଇଁ ଶିଳାନ୍ୟାସ କରିଛନ୍ତି । ଚାଣକ୍ୟପୁରୀ ସ୍ଥିତ କୌଟିଲ୍ୟ ମାର୍ଗରେ ନିର୍ମାଣ ହେବାକୁ ଥିବା ୭ ମହଲା ବିଶିଷ୍ଟ ଓଡ଼ିଶା ଭବନ ନିର୍ମାଣ ପାଇଁ ୯୩ କୋଟି ୨୭ ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ଯେଉଁଥିରେ ଅତ୍ୟାଧୁନିକ ସମ୍ମିଳନୀ କକ୍ଷ, ପାର୍କିଂ ସ୍ଥାନ ଏବଂ ପ୍ରାୟ ୪୫ଟି କୋଠରୀ ରହିବ ।