ଭୁବନେଶ୍ବର, ୨୭/୦୨ : ରାଜ୍ୟସଭା ନିର୍ବାଚନକୁ ନେଇ ଚଳଚଞ୍ଚଳ ହୋଇପଡିଛି ରାଜ୍ୟରାଜନୀତି। କିଏ କଂଗ୍ରେସର ପ୍ରାର୍ଥୀ ହେବେ ତାକୁ ନେଇ ଦଳର ଚର୍ଚ୍ଚା । ଏହି ସମୟରେ ପିସିସି ସଭାପତି ଭକ୍ତ ଚରଣ ଦାସ ଦିଲ୍ଲୀ ଯାଇଛନ୍ତି। ଦିଲ୍ଲୀ ଯିବା ପୂର୍ବରୁ ଭକ୍ତ ଦାସ ବଡ଼ ସୂଚନା ଦେଇ କହିଛନ୍ତି, ୫ଟି ନାଁକୁ ନେଇ ଆଲୋଚନା ଚାଲିଛି। ରାଜ୍ୟର ଜଣେ ପ୍ରତିଭା ସମ୍ପନ୍ନ ବ୍ୟକ୍ତିଙ୍କୁ କଂଗ୍ରେସ ପ୍ରାର୍ଥୀ କରିବ। ସ୍ବାଧୀନ ଭାବେ ବିଜେଡି-କଂଗ୍ରେସ ସମର୍ଥନ କଲେ ଓଡ଼ିଶାର ସ୍ବାର୍ଥ ରହିବ।ହାଇକମାଣ୍ଡଙ୍କ ସହ କଥା ହେବାକୁ ଦିଲ୍ଲୀ ଯାଉଛି, ପ୍ରାର୍ଥୀ ଫାଇନାଲ ହେବ। ତାଲିକାରେ ପ୍ରଫେସର ପ୍ରଭାସ ପଟ୍ଟନାୟକ, ଆଇନଜୀବୀ ପିକେ ରାଏ, ଲଳିତ ମାନସିଂହ, ଡାକ୍ତର ସୁବ୍ରତ ଆଚାର୍ଯ୍ୟ ଓ ଦତ୍ତେଶ୍ୱର ହୋତାଙ୍କ ନାଁ ରହିଛି। ଆମେ ରାଜନୀତିରେ ଘୋଡ଼ା ବେପାର ବନ୍ଦ କରିବାକୁ ଚାହୁଁଛୁ ବୋଲି ଭକ୍ତ କହିଛନ୍ତି। ୪୮ ବିିଧାୟକଙ୍କୁ ଅପରାହ୍ନ ୫ଟାରେ ସମୟରେ ନବୀନ ନିବାସରୁ ଆମନ୍ତ୍ରୟ କରାଯାଇଛି। ଏହି ବୈଠକରେ ନବୀନଙ୍କ ଅଧ୍ୟକ୍ଷତାରେ ବସିବ । ରାଜ୍ୟ ସଭା ନିର୍ବାଚନକୁ ନେଇ ମାନସମନ୍ଥନ ହେବା ନେଇ ଜଣାପଡୁଛି । ଦଳ କାହାକୁ ପ୍ରାର୍ଥୀ କରିବ ସେନେଇ ଦଳୀୟ ମହଲରେ ଆଲୋଚନା ଲାଗି ରହିଥିବାବେଳେ ଆଜି ହେଉଥିବା ବୈଠକ ପରେ ନବୀନ ନିଷ୍ପତ୍ତିି ନେଇପାରନ୍ତି ବୋଲି ସୂଚନା ମିଳିଛି