ଇରାନ ଉପରେ ଆକ୍ରମଣ କଲା ଇସ୍ରାଏଲ

ନୂଆଦିଲ୍ଲୀ, ୨୮/୦୨ : ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଛି । ଏନେଇ ସୂଚନା ଦେଇଛନ୍ତି ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ । ସମଗ୍ର ଦେଶରେ ଜରୁରୀକାଳୀନ ଘୋଷଣା ହୋଇଛି । ଇରାନର ରାଜଧାନୀ ତେହରାନରେ ଆକ୍ରମଣ ହୋଇଥିବା କୁହାଯାଉଛି । ପୂର୍ବରୁ ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ସ୍ଥିତି ରହିଥିବା ବେଳେ ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ମଧ୍ୟ ଏସିଆ ପାଇଁ ଚିନ୍ତାଜନକ ଖବର । ଆମେରିକା ମଧ୍ୟ ଗୋଟେ ଦିନ ପୂର୍ବରୁ ଇସ୍ରାଏଲରୁ ନିଜ ନାଗରିକଙ୍କୁ ଦେଶ ଛାଡିବା ପାଇଁ କହିଥିଲା । ଆଇଡିଏଫ୍ ଲୋକଙ୍କୁ ଘର ଭିତରେ ରହିବାକୁ ନିବେଦନ କରିଛି ।ଇସ୍ରାଏଲୀ ଆକ୍ରମଣ ପରେ ସାଇରନ୍ ବାଜିବା ଆରମ୍ଭ ହୋଇଛି । ଏହି ଆକ୍ରମଣ ପରେ ଇସ୍ରାଏଲ ଉପରେ ମଧ୍ୟ ପ୍ରତିଶୋଧ ମୂଳକ ଆକ୍ରମଣର ଆଶଙ୍କା ରହିଛି । ତେଣୁ ଇସ୍ରାଏଲ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ କହିଛି । ଇସ୍ରାଏଲ ଏକ ସ୍ୱତନ୍ତ୍ର ଜରୁରୀକାଳୀନ ପରିସ୍ଥିତି ମଧ୍ୟ ଘୋଷଣା କରିଛି । ଏହି ଆକ୍ରମଣ ପରେ, ଇରାନର ଆକାଶମାର୍ଗକୁ ସମ୍ପୂର୍ଣ୍ଣ ଖାଲି କରିଦିଆଯାଇଛି । ଇରାନରେ ଆହତ ଲୋକଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଉଛି । ସମଗ୍ର ଦେଶରେ ଜରୁରୀକାଳୀନ ଲାଗୁ କରାଯାଇଛି । ଆଜି ସକାଳେ ଇରାନର ରାଜଧାନୀ ତେହେରାନରେ ଅନେକ ଜୋରଦାର ବିସ୍ଫୋରଣ ହୋଇଥିବା ରିପୋର୍ଟ କରାଯାଇଛି । ଆମେରିକା ଏବଂ ଇରାନ ମଧ୍ୟରେ ପରମାଣୁ କାର୍ଯ୍ୟକ୍ରମକୁ ନେଇ ଚର୍ଚ୍ଚା ଚାଲିଛି ।