ଆସନ୍ତା ୩ତାରିଖରେ ବନ୍ଦ ରହିବ ମା ଘଟଗାଁ ତାରିଣୀ ମନ୍ଦିର

ଭୁବନେଶ୍ୱର, ୦୧/୦୩ : ଆସନ୍ତା ୩ ତାରିଖ ଦିନ ଚନ୍ଦ୍ର ଗ୍ରହଣ ପଡ଼ୁଥିବାରୁ ତାରିଣୀ ମନ୍ଦିର ବନ୍ଦ ରହିବ। ସୋମବାର ରାତି ୩ଟା ୨୦ରୁ ମଙ୍ଗଳବାର ସନ୍ଧ୍ୟା ୬ଟା ୫୦ ପର୍ଯ୍ୟନ୍ତ ପାକ ତ୍ୟାଗ, ଦେବନୀତି ନିଷେଧ ରହିଛି। ଏଣୁ ୩ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ମା’ ତାରିଣୀ ମନ୍ଦିର ଓ ଦୁଆରଶୁଣି ମନ୍ଦିର ବନ୍ଦ ରହିବ। ଏଥିସହ ପ୍ରସାଦାଳୟ ଓ ଶିବ ମନ୍ଦିର ସମ୍ପୂର୍ଣ୍ଣ ବନ୍ଦ ରହିବ। ସେହିଦିନ ସନ୍ଧ୍ୟା ୬ଟା ୫୦ରେ ଗ୍ରହଣ ସର୍ବମୋକ୍ଷ ପରେ ମା’ ତାରିଣୀ ମନ୍ଦିର ଓ ଦୁଆରଶୁଣି ମନ୍ଦିର ମାର୍ଜନା ବେଶ ପରେ ମନ୍ଦିର ଖୋଲାଯିବ। ନୀତିକାନ୍ତି ସରିବା ପରେ ମନ୍ଦିର ବନ୍ଦ କରାଯିବ ବୋଲି ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ସଞ୍ଜୀବ ମହାପାତ୍ରଙ୍କ ଠାରୁ ସୂଚନା ମିଳିଛି।