ଶରୀରର ସବୁଠାରୁ ମହତ୍ବପୂର୍ଣ୍ଣ ଅଙ୍ଗ ହେଉଛି କିଡନୀ । ଯାହା ରକ୍ତକୁ ସଫା କରିବା ସହ ଶରୀରର ସବୁ ହାନିକାରକ ପଦାର୍ଥକୁ ବାହାର କରିବାରେ ସହାୟକ କରିଥାଏ । କିନ୍ତୁ ଆମର କିଛି ଭୁଲ୍ ଅଭ୍ଯାସ ଯୋଗୁଁ କିଡନୀ ଉପରେ ଖରାପ ପ୍ରଭାବ ପକାଇଥାଏ । ଯାହା ଧୀରେ ଧୀରେ ଏହା ଖରାପ ହେବାକୁ ଲାଗିଥାଏ । କେବଳ ସେତିକି ନୁହେଁ କିଛି ରୋଗ ହେଲେ ଡାକ୍ତରଙ୍କ ବିନା ପରାମର୍ଶରେ ଔଷଧ ଖାଇନେଇଥାଉ । ଯାହାର ସିଧା ପ୍ରଭାବ ଆମ କିଡନୀ ଉପରେ ପଡିଥାଏ । ତେବେ ଆଜି ଆମେ ଆପଣଙ୍କୁ କିଡନୀ ଖରାପ ହେବାର ଲକ୍ଷଣ ଏବଂ ଏହାର ଉପଚାର ବିଷୟରେ ଜଣାଇବୁ ।
ଲକ୍ଷଣ : କିଡନୀ ଖରାପ ହେବାରୁ ସବୁଠାରୁ ପ୍ରଥମ ଲକ୍ଷଣ ହେଉଛି ମୁହଁରୁ ଗନ୍ଧ ଆସିବା । ରକ୍ତରେ ୟୁରିଆ କମ୍ ହେଲେ ପାଟିରୁ ଦୁର୍ଗନ୍ଧ ଆସିଥିାଏ । ଏହା ସହ ଜିଭର ସ୍ବାଦ ମଧ୍ୟ ଖରାପ ହେବାକୁ ଲାଗିଥାଏ । ସେହିପରି କିଡନୀ ଖରାପ ହେବା ପୂର୍ବରୁ ପାଦ ଫୁଲିବା ଏବଂ ଦରଜ ହେବା ଆରମ୍ଭ ହୋଇଥାଏ । ଯାହାର କାରଣ ହେଉଛି ଏଡିମା । ଶରୀରର କୋଷରେ ପାଣି ଭରିଯାଏ ଏବଂ କିଡନୀ ଏହି ପାଣିକୁ ବାହାର କରିପାରିନଥାଏ । ଯାହା ଫଳରେ ଶରୀରର ଫୁଲିବା ଆରମ୍ଭ ହୋଇଯାଇଥାଏ । କମ୍ ପରିଶ୍ରା କିମ୍ବା କମ୍ ଥର ପରିଶ୍ରା ହେବା, ପରିଶ୍ରାରେ ଫେଣ ହେବା ବା ଗନ୍ଧ ଆସିବା । ଏସବୁ କିଡନୀ ଖରାପ ହେବାର ଲକ୍ଷଣ । ଯଦି ଆପଣଙ୍କ ସହ ଏପରି ହେଉଛି ତେବେ ତୁରନ୍ତ ଡାକ୍ତରଙ୍କୁ ଦେଖା କରନ୍ତୁ । ଆପଣଙ୍କ ପରିଶ୍ରାରେ ରକ୍ତ ପଡିଲେ ଏହାକୁ ହାଲକାରେ ନନେଇ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ । ଏହା କିଡନୀ ଖରାପ ହେବାର ଲକ୍ଷଣ ହୋଇପାରେ। ଛୋଟ ଛୋଟ କାମକରିବା ଦ୍ୱାରା ଦୂର୍ବଳ ଲାଗିବା। ଥକି ପଡିବା ଇତ୍ୟାଦି କିଡନୀ ଖରାପ ହେବାର ଲକ୍ଷଣ ଅଟେ ତେଣୁ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରିବା ଆବଶ୍ୟକ । ଯଦି ପିଠିର ଗୋଟିଏ ପଟରେ କଷ୍ଟ ହୋଇ ଏହା ଧୀରେ ଧୀରେ ଶରୀରର ଅନ୍ଯ ଅଙ୍ଗ ଆଡକୁ ଯାଉଛି ତେବେ ଜାଣନ୍ତୁ ଆପଣଙ୍କ କିଡନୀ ଖରାପ ହେଲାଣି ।
ଉପଚାର : କିଡନୀ ସମସ୍ୟାକୁ ରୋକିବା ପାଇଁ ଚାହୁଁଥିଲେ ଚା ଏବଂ ଚିନିଠାରୁ ଦୂରରେ ରୁହନ୍ତୁ । ପ୍ରତିଦିନ ୧୦ରୁ ୧୨ ଗ୍ଲାସ ପାଣି ପିଇବା ଅତ୍ୟନ୍ତ ଆବଶ୍ୟକ । ଅଧିକ ମାତ୍ରାରେ ପାଣି ପିଇବା ଦ୍ୱାରା ଶରୀର ମଧ୍ୟରେ ଥିବା ବିଷାକ୍ତ ପଦାର୍ଥ ବାହାରକୁ ନିଷ୍କାସନ ହୋଇଥାଏ । ଯାହାଫଳରେ ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବା ସହ କିଡନୀ ରୋଗ ହୋଇ ନଥାଏ । ୪୦ ବର୍ଷ ବୟସ ଅତିକ୍ରମ କଲାପରେ ନିୟମିତ ଭାବରେ ଆପଣଙ୍କୁ କିଡନୀର ଯାଂଚ କରିବା ଜରୁରୀ ଅଟେ । ଆପଣଙ୍କ କିଡନୀକୁ ସୁସ୍ଥ ରଖିବାକୁ ହେଲେ ଆପଣ ପ୍ରତିଦିନ ସନ୍ତୁଳିତ ଖାଦ୍ୟ ଖାଇବା ଅତ୍ୟନ୍ତ ଜରୁରୀ । ଏଥିପାଇଁ ଆପଣଙ୍କ ଖାଦ୍ୟରେ ବିଭିନ୍ନ ପନିପରିବା ସମେତ ସତେଜ ଫଳକୁ ସାମିଲ କରିବା ଉଚିତ । ଜଙ୍କ୍ ଫୁଡରେ ଫସଫରସ ଏବଂ ସୋଡିୟମର ଅଧିକ ମାତ୍ରା ହେବା କାରଣରୁ କିଡନୀ ଉପରେ ଖରାପ ପ୍ରଭାବ ପକାଇଥାଏ । ଯାହା ଦ୍ବାରା କିଡନୀ ଧିରେ ଧିରେ ଦୁର୍ବଳ ହୋଇ ନଷ୍ଟ ହୋଇଯାଇଥାଏ । ଅଧିକାଂଶ ଲୋକ ମାଛ, ମାଂସ, ଏବଂ ଚିକେନକୁ ଅଧିକ ମାତ୍ରାରେ ଖାଇଥାନ୍ତି । ଏହି ଜିନିଷରୁ ଆନିମାଲ ପ୍ରୋଟିନ ମିଳିଥାଏ । ଯାହା ଶରୀର ପାଇଁ ଲାଭଦାୟକ ହୋଇଥାଏ । କିନ୍ତୁ ମାଂସ, ମାଛ ଏବଂ ଚିକେନକୁ ଅଧିକ ଖାଇବା ଦ୍ବାରା ଶରୀରରେ ଆନିମାଲ ପ୍ରୋଟିନର ମାତ୍ରା ବଢ଼ିଯାଇଥାଏ । ଯାହା କିଡନୀ ଉପରେ ଖରାପ ପ୍ରଭାବ ପକାଇଥାଏ । ତେଣୁ ସୀମିତ ମାତ୍ରାରେ ମାଂସ ଆହାର କରିବା ଉଚିତ । ସନ୍ତୁଳିତ ଭାବରେ ପରିବା ଏବଂ ଫଳ ଖାଇବା ଅବଶ୍ୟକ ।