ଭୁବନେଶ୍ୱର, ୦୨/୦୩ : ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ । ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବସିବ । ବୈଠକରେ ରତ୍ନ ଭଣ୍ଡାର ଗଣତିମଣତି ନିମନ୍ତେ ଦିନ ଧାର୍ଯ୍ୟ ବାବଦରେ ବଡ଼ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି । ଗଣତିମଣତି ନେଇ ସରକାର ଏସ୍ଓପିକୁ ମଂଜୁରୀ ଦେଇଥିବାରୁ ଏହା ଉପରେ ପରିଚାଳନା କମିଟିରେ ଆଲୋଚନା ହେବ । ରତ୍ନଭଣ୍ଡାର ଖୋଲିବା ଓ ଗଣତିମଣତି ନେଇ ଧାର୍ଯ୍ୟ ଏସ୍ଓପି ନେଇ ସରକାରଙ୍କ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ପରିଚାଳନା କମିଟି ସମ୍ମତି ଦେବା ସହ ପଦକ୍ଷେପ ଚୂଡ଼ାନ୍ତ ହେବ । ଗଣତିମଣତି ଆସନ୍ତା ୩ ମାସ ସୁଦ୍ଧା କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବାରୁ ଏହାକୁ କାର୍ଯ୍ୟକାରୀ କରିବାକୁ ସରକାରୀ ତତ୍ପରତା ପ୍ରକାଶ ପାଇଛି ।