ଭାରତ-ଆଫଗାନିସ୍ତାନ ସିରିଜ ପାଇଁ ଖେଳସୂଚୀ ଘୋଷଣା, ଖେଳିବେ ବିରାଟ ଏବଂ ରୋହିତ

ନୂଆଦିଲ୍ଲୀ, ୦୨/୦୩ : ଭାରତ-ଆଫଗାନିସ୍ତାନ ମଧ୍ୟରେ ଟେଷ୍ଟ ଏବଂ ଦିନିକିଆ ସିରିଜ ଖେଳାଯିବ । ଏହି ସିରିଜ ଜୁନରେ ଖେଳାଯିବ । ଆଉ ଏଥିପାଇଁ ସିଡ୍ୟୁଲ ଘୋଷଣା କରାଯାଇଛି । ବିସିସିଆଇ ସିରିଜର ସିଡ୍ୟୁଲ ଏବଂ ଭେନ୍ୟୁ ଘୋଷଣା କରିଛି । ଏହି ସିରିଜରେ ବିରାଟ କୋହଲି ଏବଂ ରୋହିତ ଶର୍ମା ଖେଳିବେ । ଏହାସହିତ ଶୁବମନ ଗିଲ୍ ମଧ୍ୟ ନଜର ଆସିବେ । ଦିନିକିଆ ସିରିଜର ଅଧିନାୟକ ଶୁବମନ ଗିଲ ରହିଛନ୍ତି, ତେଣୁ ଏହି ସିରିଜରେ ମଧ୍ୟ ଅଧିନାୟକ ଦାୟିତ୍ବ ତୁଲାଇବେ । ବିରାଟ କୋହଲି ଏବଂ ରୋହିତ ଶର୍ମା ମଧ୍ୟ ନଜର ଆସିପାରନ୍ତି । ଆସନ୍ତାବର୍ଷ ହେବାକୁ ଥିବା ଦିନିକିଆ ବିଶ୍ବକପ ପାଇଁ ଦୁହେଁ ମଇଦାନକୁ ଓହ୍ଲାଇବେ । ଚଳିତବର୍ଷ ଜୁନରେ ଆଫଗାନିସ୍ତାନ କ୍ରିକେଟ ଟିମ୍ ଭାରତ ଟୁର କରିବ । ଏଥିରେ ଟେଷ୍ଟ ଏବଂ ଦିନିକିଆ ସିରିଜ ଖେଳାଯିବ । ବିସିସିଆଇ ଏଥିପାଇଁ ସିଡ୍ୟୁଲ ଘୋଷଣା କରିଛି ।ଏହା ଅନୁଯାୟୀ ୬ରୁ ୧୦ ଜୁନ୍ ଯାଏଁ ଟେଷ୍ଟ ମ୍ୟାଚ ଚଣ୍ଡୀଗଡରେ ଖେଳାଯିବ । ଏହାପରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯିବ ।

ମ୍ୟାଚ୍ ସିଡ୍ୟୁଲ :

ଟେଷ୍ଟ : ୬ରୁ ୧୦ ଜୁନ୍, ମୁଲ୍ଲାନପୁର
ପ୍ରଥମ ଦିନିକିଆ : ୧୪ ଜୁନ୍, ଧର୍ମଶାଳା
ଦ୍ବିତୀୟ ଦିନିକିଆ : ୧୭ ଜୁନ୍, ଲକ୍ଷ୍ନୌ
୩ୟ ଦିନିକିଆ : ୨୦ ଜୁନ୍, ଚେନ୍ନାଇ