ଖୁବଶୀଘ୍ର ଆରମ୍ଭ ହେବ ଚୈତ୍ର ନବରାତ୍ର, ୮୯ ବର୍ଷ ପରେ ପଡୁଛି ଦୁଲର୍ଭ ସଂଯୋଗ

ଆସନ୍ତା ୧୯ରୁ ଆରମ୍ଭ ହେବ ଚଳିତବର୍ଷ ଚୈତ୍ର ନବରାତ୍ରି । ମାର୍ଚ୍ଚ ୨୭ ଯାଏଁ ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା କରିପାରିବେ । ତେବେ ଜ୍ୟୋତିଷ ଏବଂ ପଞ୍ଚାଙ୍ଗ ଅନୁସାରେ ଚଳିତ ନବରାତ୍ର ଏବଂ ହିନ୍ଦୁ ନବବର୍ଷ ସହିତ ଜଡିତ କିଛି ଖାସ୍ କଥା ରହିଛି । ୮୯ ବର୍ଷ ପରେ ଏମିତି ସୁଯୋଗ ଦେଖିବାକୁ ମିଳିଛି । ସନାତନ ପରମ୍ପରା ଅନୁସାରେ, ହିନ୍ଦୁ ନବବର୍ଷର ଆରମ୍ଭ ଚୈତ୍ର ଶୁକ୍ଲପକ୍ଷ ପ୍ରତିପଦା ତିଥିରୁ ହୁଏ । ଏହି ଦିନରୁ ବିକ୍ରମ ସାଓ୍ବନ ଆରମ୍ଭ ହୋଇଥାଏ । କିନ୍ତୁ ଏଥର ପ୍ରତିପଦା ତିଥି କ୍ଷୟ ହେବା ଯୋଗୁଁ ଦ୍ବିତୀୟା ତିଥିରେ ଆରମ୍ଭ ହେବ । ୧୯ ମାର୍ଚ୍ଚ ସକାଳ ୬ଟା ୪୦ ମିନିଟ ଯାଏଁ ଅମାବାସ୍ୟା ତିଥି ରହିବ । ଏହାପରେ ପ୍ରତିପଦା ତିଥି ଆରମ୍ଭ ହେବ । ଏହି ଦିନରୁ ଘରେ ଏବଂ ମନ୍ଦିରରେ କଳସ ସ୍ଥାପନା କରାଯିବ । ଏହି ଦିନରେ ଭକ୍ତ ମା’ ଦୁର୍ଗାଙ୍କ ୯ ସ୍ବରୂପକୁ ପୂଜା କରିବେ । ଚଳିତବର୍ଷ ଗୁରୁ ଏବଂ ମନ୍ତ୍ରୀ ମଙ୍ଗଳ ହେବ । ମାନ୍ୟତା ରହିଛି କି, ଗୁରୁ ରାଜା ହେବା କାରଣରୁ ଧାର୍ମିକ ଏବଂ ଆଧ୍ୟାତ୍ମିକ ଗତିବିଧି ବଢିବ । ମଙ୍ଗଳ ମନ୍ତ୍ରୀ ହେବା କାରଣରୁ କିଛି ସ୍ଥାନରେ ଅଶାନ୍ତି ଲାଗି ରହିବ । ସପ୍ତାହର ଦିନ ଆଧାରରେ ମାତାଙ୍କ ବାହାନର ମାନ୍ୟତା ରହିଛି । ରବିବାର ଏବଂ ସୋମବାର ମା’ଙ୍କ ଆଗମନ ହାତୀ ଉପରେ ହୋଇଥାଏ । ଶନିବାର ଏବଂ ମଙ୍ଗଳବାରରେ ମା’ ଘୋଡ଼ା ଉପରେ ବସି ଆସନ୍ତି । ଗୁରୁବାର କିମ୍ବା ଶୁକ୍ରବାରଙ୍କୁ ମା’ ପାଲକୀରେ ଆସନ୍ତି । ବୁଧବାର ଦିନ ମାଙ୍କ ବାହାନ ଡଙ୍ଗାରେ ହୋଇଥାଏ ।