ନବରାତ୍ରୀ ପୂର୍ବରୁ ଶନିଙ୍କ ନକ୍ଷେତ୍ରରେ ଗୋଚର କରିବେ ସୂର୍ଯ୍ୟଦେବ, ଏହି ୪ରାଶିଙ୍କ ଉପରେ ହେବ ଧନ ବର୍ଷା

ମାର୍ଚ୍ଚ ୧୮ ତାରିଖ ସକାଳ ୯ ଟା ୨୭ ମିନିଟ୍ ସମୟରେ ସୂର୍ଯ୍ୟ ଦେବ ଉତ୍ତର ଭାଦ୍ରପଦ ନକ୍ଷେତ୍ରରେ ପ୍ରବେଶ କରିବେ । ସୂର୍ଯ୍ୟ ଶନି ନକ୍ଷେତ୍ରରେ ଗୋଚର ଚୈତ୍ର ନବରାତ୍ରୀର ଗୋଟିଏ ଦିନ ପୂର୍ବରୁ ହେବାକୁ ଯାଉଛି । ଏହି ଗୋଚର ୪ଟି ରାଶିର ବ୍ୟକ୍ତିଙ୍କ ପାଇଁ ସ୍ବତନ୍ତ୍ର ସମୟ ବୋଲି ସାବ୍ୟସ୍ତ ହେବ । ଏହି ରାଶିର ଲୋକଙ୍କ ଆର୍ଥିକ ସ୍ଥିତି ଖୁବ୍ ଭଲ ରହିବ । ଆପଣଙ୍କୁ ଜଣାଇ ରଖୁଛୁ ଯେ, ଏହି ନକ୍ଷେତ୍ର ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ବିରାଜମାନ ରହିବେ । ତେବେ ଆସ୍ତନ୍ତୁ ଏହି ଗୋଚର ସମୟରେ କେଉଁ ରାଶିର ଲୋକଙ୍କ ପାଇଁ ଲାଭଦାୟକ ହେବ ସେ ସମ୍ପର୍କରେ ଜାଣିବା ।

ମେଷ : ମେଷ ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟଙ୍କ ନକ୍ଷେତ୍ର ଗୋଚର ରାଜଯୋଗ ଭଳି ସୁଖ ଦେବ । ସମସ୍ତ କାମରେ ଆପଣଙ୍କୁ ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ । ସମାଜରେ ମାନ ସମ୍ମାନ ବଢିବ ଏବଂ କଠିନରୁ କଠିନ କାମ ବି ସହଜ ହୋଇଯିବ । ପୂର୍ବ ଅପେକ୍ଷା ଆପଣଙ୍କ ଆର୍ଥିକ ସ୍ଥିତି ଖୁବ୍ ମଜବୁତ ହେବ । ବ୍ୟବସାୟରେ ମଧ୍ୟ ଭଲ ଉନ୍ନତି ହେବ ।

ସିଂହ : ଶନିଙ୍କ ନକ୍ଷେତ୍ରରେ ସୂର୍ଯ୍ୟଙ୍କ ଗୋଚର ସିଂହ ରାଶିର ଲୋକଙ୍କ କ୍ୟାରିଅରରେ ଖୁବ୍ ଲାଭ କରିବ । ଆପଣଙ୍କୁ ପରିଶ୍ରମର ମୂଲ୍ୟ ମିଳିବ । ଯେଉଁ ଲୋକ ସରକାରୀ ଚାକିରି ସହିତ ସେମାନଙ୍କ ପାଇଁ ଏହି ସମୟ ବହୁତ୍ ଭଲ ରହିବ । ବ୍ୟବସାୟୀଙ୍କ ପାଇଁ ଏହି ସମୟ ସୁବର୍ଣ୍ଣ ସୁଯୋଗ ଭାବେ ପ୍ରମାଣିତ ହେବ । କେତେକ ମାଧ୍ୟମରୁ ଧନ ପ୍ରାପ୍ତି ହେବାର ଯୋଗ ରହିଛି ।

ବିଛା : ବିଛା ରାଶିର ଲୋକଙ୍କ ପାଇଁ ଏହି ସମୟ କୌଣସି ରାଜଯୋଗଠାରୁ କମ୍ ନୁହେଁ । ଆପଣଙ୍କ ଜୀବନରେ ସୁଖ ଓ ସମୃଦ୍ଧିରେ ବୃଦ୍ଧି ଘଟିପାରେ । ଯଦି ଆପଣ ପ୍ରପର୍ଟି କିମ୍ବା ସେୟାର ମାର୍କେଟରେ ନିବେଶ କରିବାକୁ ଚାହୁଁଛନ୍ତି ତେବେ ଏହି ସମୟ ଆପଣଙ୍କ ପାଇଁ ଖୁବ୍ ଭଲ ରହିବ । ଘରେ ଖୁସିର ବାତାବରଣ ରହିବ । ଆର୍ଥିକ ସ୍ଥିତି ମଧ୍ୟ ଭଲ ରହିବ ।

କୁମ୍ଭ : ସୂର୍ଯ୍ୟଙ୍କ ଏହି ଗୋଚର କୁମ୍ଭ ରାଶିର ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ । ଆପଣଙ୍କ ଆତ୍ମବିଶ୍ବାସ ମଧ୍ୟ ବୃଦ୍ଧି ହେବ । ବ୍ୟାଙ୍କ୍ ବାଲାନ୍ସରେ ଉନ୍ନତି ଦେଖାଦେବ । ପୁରୁଣା ଋଣରୁ ମୁକ୍ତି ମିଳିବ । ଯେଉଁ କାମରେ ହାତ ମାରିବେ ସେମାନଙ୍କୁ ସଫଳତା ମିଳିବ । ନୂଆ ଚାକିରିର ଆଶା ରହିଛି ।