ଜାଣନ୍ତୁ, ଏ ସପ୍ତାହର ରାଶିଫଳ

ମେଷ : ରବି ଓ ସୋମବାର କାମରେ ବଡ଼ଙ୍କ ସହଯୋଗ ପାଇବେ। ମଙ୍ଗଳ ଓ ବୁଧବାର ଆମଦାନିର ନୂଆ ଅବସର ପାଇବେ। ଗୁରୁ ଓ ଶୁକ୍ରବାର ବୈବାହିକ ଜୀବନ ସୁଖମୟ ହେବ। ଶନିବାର ପୁରୁଣା ଚିନ୍ତା ସମାପ୍ତ ହେବ।

ବୃଷ : ରବି ଓ ସୋମବାର ଧର୍ମକାର୍ଯ୍ୟରେ ମନ ଲାଗିବ। ମଙ୍ଗଳ ଓ ବୁଧବାର ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ପାଇବେ। ଗୁରୁ ଓ ଶୁକ୍ରବାର ଭାଗ୍ୟର ଦ୍ବାର ଖୋଲିବ। ଶନିବାର କୋର୍ଟକଚେରିରେ କିଛି ବାଧା ଆସିପାରେ।

ମିଥୁନ : ରବି ଓ ସୋମବାର ସକାରାତ୍ମକ ମାନସିକତା ରଖନ୍ତୁ। ମଙ୍ଗଳ ଓ ବୁଧବାର ଜୀବନରେ ନୂଆ ପରିବର୍ତ୍ତନ ହୋଇପାରେ। ଗୁରୁ ଓ ଶୁକ୍ରବାର ବ୍ୟବସାୟରେ ଭଲ ପରିଣାମ ପାଇବେ। ଶନିବାର ସୁସମ୍ବାଦ ପାଇବେ।

କର୍କଟ : ରବି ଓ ସୋମବାର ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ଆସିବ। ମଙ୍ଗଳ ଓ ବୁଧବାର ଅଧିକ ଉତ୍ତେଜିତ ହୁଅନ୍ତୁ ନାହିଁ। ଗୁରୁ ଓ ଶୁକ୍ରବାର ନୂଆ ଚାକିରିର ସୁଯୋଗ ଆସିବ। ଶନିବାର ନିଜ ଉପରେ ଧ୍ୟାନ ରଖନ୍ତୁ।

ସିଂହ: ରବି ଓ ସୋମବାର ନିଜର ସ୍ଥିତି ମଜଭୁତ କରିପାରିବେ। ମଙ୍ଗଳ ଓ ବୁଧବାର ଚାକିରିରେ ଆଗକୁ ବଢ଼ିବାର ସୁଯୋଗ ପାଇବେ। ଗୁରୁ ଓ ଶୁକ୍ରବାର ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଶନିବାର ପୁଣ୍ୟ କାର୍ଯ୍ୟରେ ଖର୍ଚ୍ଚ କରିବେ।

କନ୍ୟା : ରବି ଓ ସୋମବାର କାରବାର ବୃଦ୍ଧି ଲାଗି ସମୟ ଭଲ। ମଙ୍ଗଳ ଓ ବୁଧବାର ସାମାଜିକ କାର୍ଯ୍ୟରେ ପ୍ରସିଦ୍ଧି ବଢ଼ିବ। ଗୁରୁ ଓ ଶୁକ୍ରବାର ପ୍ରୟାସରେ ଭଲ ପରିଣାମ ପାଇବେ। ଶନିବାର ମନ ଉଦାସ ରହିବ।

ତୁଳା : ରବି ଓ ସୋମବାର କାମର ପ୍ରଶଂସା ହେବ। ମଙ୍ଗଳ ଓ ବୁଧବାର ପ୍ରେମୀଯୁଗଳଙ୍କ ସମ୍ବନ୍ଧରେ ମଧୁରତା ବଢ଼ିବ। ଗୁରୁ ଓ ଶୁକ୍ରବାର ପ୍ରତିଟି କାମ ସୁଚାରୁରୂପେ କରିବେ। ଶନିବାର ପ୍ରେମ ସମ୍ବନ୍ଧ ମଧୁର ହେବ।

ବିଛା : ରବି ଓ ସୋମବାର ପରିବାର ଲୋକଙ୍କ ସହଯୋଗ ପାଇବେ। ମଙ୍ଗଳ ଓ ବୁଧବାର ଚାକିରିରେ ସଫଳତା ମିଳିବ। ଗୁରୁ ଓ ଶୁକ୍ରବାର ଆୟବ୍ୟୟର ସମନ୍ବୟ ବଜାୟ ରହିବ। ଶନିବାର କାମର ବୋଝ ଅଧିକ ରହିବ।

ଧନୁ : ରବି ଓ ସୋମବାର ଧନଲାଭର ସୁଯୋଗ ପାଇବେ। ମଙ୍ଗଳ ଓ ବୁଧବାର କୌଣସି ସହକର୍ମୀଙ୍କ ସହ ବନ୍ଧୁତା ହେବ। ଗୁରୁ ଓ ଶୁକ୍ରବାର ଅଧୁରା କାମ ପୂରା ହେବ। ଶନିବାର ବୈବାହିକ ଜୀବନରେ ସୁଖୀ ରହିବେ।

ମକର : ରବି ଓ ସୋମବାର ବ୍ୟବସାୟ କାମରେ ଅନୁକୂଳତା ବଜାୟ ରହିବ। ମଙ୍ଗଳ ଓ ବୁଧବାର ଶିକ୍ଷଣୀୟ କାର୍ଯ୍ୟରେ ମନ ଲାଗିବ। ଗୁରୁ ଓ ଶୁକ୍ରବାର କାର୍ଯ୍ୟଭାର ବୃଦ୍ଧି ହୋଇପାରେ। ଶନିବାର ଖୁସି ଖବର ପାଇବେ।

କୁମ୍ଭ : ରବି ଓ ସୋମବାର ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। ମଙ୍ଗଳ ଓ ବୁଧବାର ଭଲ ଜାଗାରେ ନିବେଶ କରିପାରନ୍ତି। ଗୁରୁ ଓ ଶୁକ୍ରବାର କ୍ୟାରିୟର୍‌ରେ ନୂଆ ଅବସର ପାଇବେ। ଶନିବାର ବ୍ୟବସାୟରେ ଲାଭ ହେବ।

ମୀନ : ରବି ଓ ସୋମବାର ଲକ୍ଷ୍ୟପ୍ରାପ୍ତି ଲାଗି ସକ୍ରିୟ ରହିବେ। ମଙ୍ଗଳ ଓ ବୁଧବାର ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ। ଗୁରୁ ଓ ଶୁକ୍ରବାର ବ୍ୟାବସାୟିକ ଯାତ୍ରା ଲାଭପ୍ରଦ ହେବ। ଶନିବାର ନୂଆ କଥା କିଛି ଜାଣିପାରିବେ।