ବଦଳିଲା ରମେଶଙ୍କ ପାଇଁ ନିଷ୍ପତି : ବାଚସ୍ପତିଙ୍କୁ ଭେଟି ସୋଫିଆ ଓ ଦାଶରଥୀଙ୍କ ସଦସ୍ୟତା ରଦ୍ଦ ପାଇଁ କଲେ ଦାବି

ଭୁବନେଶ୍ୱର, ୧୯/୦୩ : ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ଡଃ ଦତ୍ତ୍ୱେଶ୍ୱର ହୋତାଙ୍କୁ ଭୋଟ ନଦେଇ ବିଜେପି ସମର୍ଥିତ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ କଂଗ୍ରେସ ଦାଶରଥି ଗମାଙ୍ଗୋ ଓ ସୋଫିଆ ଫିରଦୋସ କ୍ରସ ଭୋଟ ଦେଇଥିଲେ l ଯାହା ଦଳୀୟ ଶୃଙ୍ଖଳାର ଘୋର ଅବମାନନା ସହ ସାମ୍ବିଧାନିକ ନିୟମର ଖୋଲାଖୋଲି ଉଲଂଘନ ବୋଲି କଂଗ୍ରେସ ଦଳ ଅଭିଯୋଗ କରିଛି l ସାମ୍ବିଧାନିକ ନିୟମର ୧୦ମ ଅନୁଚ୍ଛେଦର ଉଲଂଘନ ନେଇ ଉପରୋକ୍ତ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ କଂଗ୍ରେସ ଦଳ ପକ୍ଷରୁ ପିସିସି ସଭାପତିଙ୍କ ନେତୃତ୍ୱରେ କଂଗ୍ରେସ ବିଧାୟକ ଦଳ ଉପନେତା ଅଶୋକ ଦାସ, ଚିଫ ହୁଇପ ଏସ ରାଜନ ଏକ୍କା, ବିଧାୟକ ସାଗର ଦାସ, ବିଧାୟକ ପବିତ୍ର ସାଉଁତା, ବିଧାୟକ ମଙ୍ଗୁ ଖିଲଙ୍କୁ ନେଇ ଏକ ପ୍ରତିନିଧି ଦଳ ବିଧାନସଭା ବାଚସ୍ପତି ସୁରମା ପାଢ଼ୀଙ୍କୁ ସାକ୍ଷାତ କରି ସାମ୍ବିଧାନିକ ନିୟମ ଅନୁଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସଭ୍ୟପଦ ରଦ୍ଦ କରିବା ପାଇଁ ଆବେଦନ ପ୍ରଦାନ କରିଛନ୍ତି ରାଜ୍ୟସଭା ନିର୍ବାଚନ ଫଳାଫଳ ଘୋଷଣା ପରେ କଂଗ୍ରେସ ତିନି ବିଧାୟକ କଂଗ୍ରେସ ସସପେଣ୍ଡ କରିବା ସହିତ ସଭ୍ୟ ପଦ ରଦ୍ଦ ପାଇଁ ଵାଚସ୍ପତିଙ୍କୁ ଚିଠି ଲେଖିଛି । ଏହାକୁ ନେଇ ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ବିଧାୟକଙ୍କ ଶହ ଶହ ସମର୍ଥକ ପାଟପୁର ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ଏକତ୍ରିତ ହୋଇ ପିସିସି ସଭାପତି ବିରୋଧରେ ବିଷୋଦଗାର କରିଛନ୍ତି। ପିସିସି ସଭାପତି କଂଗ୍ରେସ ଦଳକୁ ଲୁପ୍ତ କରିବା ଉଦେଶ୍ୟରେ ଏହି ଭଳି କରୁଛନ୍ତି। ଗଞ୍ଜାମ କଂଗ୍ରେସ କହିଲେ ରମେଶ ଜେନା ଙ୍କୁ ବୁଝାଏ। ଯଦି ରମେଶ ଜେନାଙ୍କୁ କଂଗ୍ରେସ ଦଳରୁ ନିଲମ୍ୱନ କରାଯାଏ ତାହେଲେ ସାନଖେମୁଣ୍ଡି କଂଗ୍ରେସ କର୍ମୀ ମଧ୍ୟ ରମେଶ ଜେନାଙ୍କ ସହ ରହିବେ ବୋଲି କହିଛନ୍ତି ସମର୍ଥକ ।