ଭୁବନେଶ୍ୱର, ୨୩/୦୩ : ରାୟଗଡା ରେଳଷ୍ଟେସନରେ ଆଜି ଭୋରୁ ଜଣେ ଯାତ୍ରୀ ନାଗାବଳୀ ଏକ୍ସପ୍ରେସରେ ଚଢ଼ିବା ବେଳେ ଅଚାନକ ଖସିପଡିଥିଲେ। ସେଠାରେ କାର୍ଯ୍ୟରତ କନେଷ୍ଟବଳ ଅଙ୍କୁର ଚୌଧୁରୀ ତୁରନ୍ତ ତାଙ୍କୁ ଧରିନେଇଥିଲେ । ଫଳରେ ଟ୍ରାକରେ ପଡିବାରୁ ବଂଚିଯାଇଥିଲେ ଯାତ୍ରୀ । ଅଙ୍କୁରଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । କିଛି ମାସ ପୂର୍ବରୁ, ଦେବଦୂତ ସାଜିଥିଲେ CISF ଯବାନ । ଅସୁସ୍ଥ ବ୍ୟକ୍ତିଙ୍କୁ ସିପିଆର ଦେଇ ବଞ୍ଚାଇଥିଲେ ଜୀବନ । ଭୁବନେଶ୍ୱର ବିମାନବନ୍ଦରରେ ଦେଖିବାକୁ ମିଳିଥିଲା ଏପରି ଦୃଶ୍ୟ । ହଠାତ୍ ଅସୁସ୍ଥ ହୋଇ ପଡ଼ିଯାଇଥିବା ଜଣେ ବ୍ୟକ୍ତିଙ୍କୁ ତୁରନ୍ତ CPR ଦେଇ ତାଙ୍କ ଜୀବନ ବଞ୍ଚାଇଥିଲେ । ୟୁନିଫର୍ମ ପଛରେ ଥିବା ଏହି ମାନବିକତା ଏବଂ କର୍ତ୍ତବ୍ୟନିଷ୍ଠା ଆଜି ସମସ୍ତଙ୍କ ପାଇଁ ଏକ ବଡ଼ ଉଦାହରଣ ପାଲଟିଛି ।