୩୦ବର୍ଷ ପରେ ଯାତ୍ରା ପରିବେଷଣରେ ସହଯୋଗ ପାଇଁ ବିଧାୟକଙ୍କୁ ଶୀତଳା ଦେବୀ ଯାତ୍ରା କମିଟିର କୃତଜ୍ଞତା

ମହାକାଳପଡ଼ା, ୨୩/୦୩ (ଓଡିଶା ଖବର) : ମହାକାଳପଡ଼ା ବ୍ଲକ ଅଧୀନ କଂସାର ବଡ଼ ଦାଣ୍ଡୁଆ ପଂଚାୟତ ଅନ୍ତର୍ଗତ ବଡ଼ବଇଁଚା ଗାଁ ରେ ମା, ଶୀତଳା ଦେବୀ ଙ୍କ ପୂଜା ଦୀର୍ଘ ୭୮ବର୍ଷରୁ ଅଧିକ ଦିନ ଧରି ଅନୁଷ୍ଠିତ ହେଉଛି l ଗ୍ରାମବାସୀ ଙ୍କ ସାହାଯ୍ୟ ସହଯୋଗ ରେ ଦେବୀଙ୍କ ବାର୍ଷିକ ପୂଜା କାର୍ଯ୍ୟ ଅନୁଷ୍ଠିତ ହେଉଥିଲେ ଵି ଅର୍ଥାଭାଵରୁ ଯାତ୍ରା ପରିବେଷଣ କରିବା ସମ୍ଭବ ହେଉନି l ୩୦ବର୍ଷ ତଳେ ଗାଁ ର ଯୁବକ ଓ ମୁରବି ମାନଙ୍କ ସହଯୋଗ ରେ ଯାତ୍ରା ପରିବେଷଣ କରାଯାଇଥିବା ବେଳେ ଦୀର୍ଘ ବର୍ଷ ଧରି ଶୀତଳା ଦେବୀଙ୍କ ବାର୍ଷିକ ପୂଜା ସମୟରେ ଯାତ୍ରା ପରିବେଷଣ କରିବା ସମ୍ଭବ ହେଉନି l ମାତ୍ର ଚଳିତ ବର୍ଷ ପୂର୍ବ ଭଳି ଗାଁ ଓ ଆଖ ପାଖ ଗ୍ରାମର ଯୁବକ ଓ ମୁରବି ମାନଙ୍କ ସାହାଯ୍ୟ ସହଯୋଗ ଓ ମହାକାଳପଡ଼ା ବିଧାୟକ ଡ଼. ଦୁର୍ଗା ପ୍ରସନ୍ନ ନାୟକ ଙ୍କ ଅକୁଣ୍ଠ ସହଯୋଗ ଓ ସହାନୁଭୂତି ହେତୁ ଯାତ୍ରା ପରିବେଷଣ ସମ୍ଭବ ହୋଇପାରିଛି l

ସଭିଙ୍କ ସହଯୋଗ ହେତୁ ଚଳିତ ବର୍ଷ ବାର୍ଷିକ ପୂଜା ଅବସର ରେ ନାଟ୍ୟ ମଣ୍ଡପ ଯାତ୍ରା ପାର୍ଟି ୩ ରାତ୍ରି ଯାତ୍ରା ପରିବେଷଣ କରିବା ସମ୍ଭବ ହୋଇଛି l ଦୀର୍ଘ ଦିନ ପରେ ଅଞ୍ଚଳରେ ଯାତ୍ରା ପରିବେଷଣ ହେଉଥିବାରୁ ହଜାର ହଜାର ଦର୍ଶକ ଏହାକୁ ଉପଭୋଗ କରିଛନ୍ତି l ଏସବୁ ନେଇ ଗ୍ରାମବାସୀ ତଥା ପୂଜା କମିଟି ର ସଦସ୍ୟ ମନ୍ଦିର ପ୍ରାଙ୍ଗଣରେ ସାମ୍ବାଦିକ ସମ୍ମିଳନୀ ଜରିଆରେ ବିଧାୟକ ଙ୍କୁ ଧନ୍ୟ ବାଦ ଅର୍ପଣ କରିବା ସହିତ ପୂଜାର ଉତ୍ତରୋତ୍ତର କାମନା କରିଛନ୍ତି l ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଦ୍ୟାଧର ସାମଲ, ଜୟରାମ ପ୍ରଧାନ, ଅରବିନ୍ଦ ସ୍ୱାଇଁ, ଅକ୍ଷୟ ସାମଲ, ସୁରେନ୍ଦ୍ର ସ୍ୱାଇଁ, ଧିରେନ୍ଦ୍ର ପ୍ରାମାଣିକ ଜୋନସଭାପତି ମାନସ ମହାନ୍ତି, ଯୁବ ନେତା ରୁଦ୍ର ନାରାୟଣ ମୁଦୁଲି ଓ ସତ୍ୟପ୍ରକାଶ ସାମଲ ଙ୍କ ସମେତ ଅନେକ ମୁରବି ଉପସ୍ଥିତ ଥିଲେ l