ନୂଆଦିଲ୍ଲୀ, ୨୩/୦୩ : ଇରାନ ସହିତ ଚାଲିଥିବା ଉତ୍ତେଜନା ମୂଳକ ପରିସ୍ଥିତି ହର୍ମୁଜ୍ ପ୍ରଣାଳୀକୁ ପ୍ରାୟତଃ ଅବରୋଧ କରିଛି। ଯେଉଁଠାରୁ ବିଶ୍ୱ ତୈଳ ଯୋଗାଣର ଏକ ବଡ଼ ଅଂଶ ଯାଏ। ପରିବହନ ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଉଛି । ଯାହା ଖାଦ୍ୟ ସମେତ ସବୁକିଛି ମହଙ୍ଗା କରୁଛି। ଖାଦ୍ୟ ସୁରକ୍ଷା ମଧ୍ୟ ବିପଦରେ ପଡ଼ିଛି। ସାରା ବିଶ୍ୱରେ ବିମାନ କମ୍ପାନୀଗୁଡ଼ିକ ବିମାନ ଉଡାଣ ହ୍ରାସ କରୁଛନ୍ତି। ଏହି ସପ୍ତାହରେ କେବଳ ୟୁନାଇଟେଡ୍ ଏୟାରଲାଇନ୍ସ ଏହାର ୫ ପ୍ରତିଶତ ବିମାନ ହ୍ରାସ କରିଛି। ବାଂଲାଦେଶ, ଫିଲିପାଇନ୍ସ ଏବଂ ଶ୍ରୀଲଙ୍କାର ପେଟ୍ରୋଲ ପମ୍ପଗୁଡ଼ିକରେ ଲମ୍ବା ଧାଡ଼ି ଲାଗିଛି। ମୁଦ୍ରାସ୍ଫୀତି ଚାପ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଅଷ୍ଟ୍ରେଲିଆ ଭଳି ସରକାର ଅଣ-ଅତ୍ୟାବଶ୍ୟକୀୟ ଯାତ୍ରା ଉପରେ କଟକଣା ଲଗାଉଛନ୍ତି। ଯାହା କୋଭିଡ୍-୧୯ ଭଳି ପରିସ୍ଥିତିକୁ ମନେପକାଇ ଦେଉଛି। ଯଦି ଦୀର୍ଘଦିନ ପର୍ଯ୍ୟନ୍ତ ଏଭଳି ପରିସ୍ଥିତି ଲାଗିରହେ, ତେବେ ପୁଣି ଥରେ ଲକ୍ଡାଉନ୍ ଭଳି ପରିସ୍ଥିତି ହେବାର ଆଶଙ୍କା ଉପୁଜୁଛି।