ଆଜି ବିଶ୍ୱ ଯକ୍ଷ୍ମା ଦିବସ

ଯକ୍ଷ୍ମା ଏକ ସଂକ୍ରାମକ ରୋଗ। ଭାରତ ସମେତ ବିଶ୍ୱର ଅନେକ ଦେଶରେ ଏବେ ବି ଏହାର ମାମଲା ଦେଖାଯାଉଛି। ଯକ୍ଷ୍ମା ରୋଗର କ୍ରମାଗତ ବୃଦ୍ଧିର ଏକ ପ୍ରମୁଖ କାରଣ ହେଉଛି ଅନେକ ଲୋକ ଏହାର ଲକ୍ଷଣ ବିଷୟରେ ଜାଣି ନାହାଁନ୍ତି। ତେଣୁ ଲୋକଙ୍କ ମଧ୍ୟରେ ଏହି ବାବଦରେ ସଚେତନତା ସୃଷ୍ଟି କରିବା ଉଦେଶ୍ୟରେ ପ୍ରତିବର୍ଷ ମାର୍ଚ୍ଚ ୨୪ ତାରିଖକୁ ବିଶ୍ବ ଯକ୍ଷ୍ମା ଦିବସ ରୂପେ ପାଳନ କରାଯାଏ।

କେବେଠୁ ପାଳନ ହେଲା ଏହି ଦିବସ ;
ସ୍ବାସ୍ଥ୍ୟ ବିଭାଗ ୨୦୨୫ ସୁଦ୍ଧା ଓଡିଶାକୁ ଯକ୍ଷ୍ମା ମୁକ୍ତ ରାଜ୍ୟ କରିବା ପାଇଁ ପ୍ରୟାସ ଜାରି ରଖିଛି। ତେବେ ୨୦୧୫ ଠାରୁ ବାର୍ଷିକ ଯକ୍ଷ୍ମା ରୋଗ ହାର ୧୮ ପ୍ରତିଶତ ହ୍ରାସ ପାଇଛି। ୨୦୨୩ ସୁଦ୍ଧା ମୃତ୍ୟୁ ହାର ୨୨ ପ୍ରତିଶତ ହ୍ରାସ ପାଇଛି। ଗତବର୍ଷ ରାଜ୍ୟରେ ୬୨ ହଜାର ଯକ୍ଷ୍ମା ରୋଗୀ ଚିହ୍ନଟ ହୋଇଛନ୍ତି। ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ ଯକ୍ଷ୍ମା ମୃତ୍ୟୁ ହାର ପୂର୍ବରୁ ୬ ପ୍ରତିଶତ ଥିବା ବେଳେ ଏବେ ତାହା ଖସି ୪ ପ୍ରତିଶତ ହୋଇଛି।

ଯକ୍ଷ୍ମାର ଲକ୍ଷଣ ; ବାୟୁ ଦ୍ୱାରା ଜୀବାଣୁ ବ୍ୟାପିବାରୁ ଯକ୍ଷ୍ମା ରୋଗ ହୋଇଥାଏ। ଏହା ଏକ ସଂକ୍ରାମକ ରୋଗ ଓ କୌଣସି ସଂକ୍ରାମକ ବ୍ୟକ୍ତି ସଂସ୍ପର୍ଶରେ ହୋଇଥାଏ। ଯକ୍ଷ୍ମାର ୩ ସପ୍ତାହ ମଧ୍ୟରେ ଲକ୍ଷଣ ଦେଖା ଯାଇଥାଏ। ୩ ସପ୍ତାହରୁ ଅଧିକ ସମୟ ଧରି କଫ ଜମି ରହିଲେ, ଛାତିରେ କଷ୍ଟ, କାଶରେ ରକ୍ତ ପଡିବା, ଥକିଯିବା, ରାତିରେ ଝାଳ ବୋହିବା, ଥଣ୍ଡା ଲାଗିବା, ଜ୍ୱର ହେବା,ଭୋକ ନ ଲାଗିବା ଓ ଓଜନ କମ ହେବା ଇତ୍ୟାଦି ଏହାର ଲକ୍ଷଣ। ଯଦି ଆପଣଙ୍କୁ ଏହି ଲକ୍ଷଣ ଅନୁଭବ ହୋଉଛି ତେବେ ଶୀଘ୍ର ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

ଯକ୍ଷ୍ମାର ଚିକିତ୍ସା ; ଯକ୍ଷ୍ମାର ଚିକିତ୍ସା ବେଳେ ସାବଧାନ ପରଖିବା ଆବଶ୍ୟକ। ରୋଗୀ ଏହି ସମୟରେ ପୃଷ୍ଟିକର ଖାଦ୍ୟ ଖାଇବା ସହ ବ୍ୟାୟମ କରିବା ନିହାତି ଜରୁରୀ। ଠିକ ସମୟରେ ଡାକ୍ତରଙ୍କ ପରାମର୍ଶ ନେବା ଅତନ୍ତ୍ୟ ଆବଶ୍ୟକ। ଏହାସହିତ ଖାଇବା ସହିତ ସଠିକ ସମୟରେ ଔଷଧ ସେବନ ମଧ୍ୟ ନିତ୍ୟାନ୍ତ ଆବଶ୍ୟକ।