ତେହରାନ,୨୭/୩ : କୂଟନୈତିକ ସଫଳତା କ୍ରମେ ହର୍ମୁଜ ପ୍ରଣାଳୀକୁ ସୁରକ୍ଷିତ ଅତିକ୍ରମ କରିବାକୁ ଇରାନର ଅନୁମତି ହାସଲ କରିଛି ଭାରତ। କାରଣ ଭାରତକୁ ଇରାନ ଏହାର ବନ୍ଧୁ ରାଷ୍ଟ୍ର ତାଲିକାରେ ରଖିଛି। ଇରାନ କେବଳ ବନ୍ଧୁ ରାଷ୍ଟ୍ରଗୁଡିକର ପଣ୍ୟବାହୀ ଜାହାଜ ଓ ତୈଳ ଟ୍ୟାଙ୍କରକୁ ହର୍ମୁଜ ପ୍ରଣାଳୀ ଅତିକ୍ରମ କରିବାକୁ ଅନୁମତି ପ୍ରଦାନ କରୁଛି। ଏପରିସ୍ଥିତିରେ ଇରାନର ବନ୍ଧୁ ରାଷ୍ଟ୍ର ତାଲିକାରେ ଭାରତ ରହିବା ଏକ ବଡ କୂଟନୈତିକ ସଫଳତା ବୋଲି ମନେକରାଯାଇଛି। ଇରାନ ବୈଦେଶିକ ମନ୍ତ୍ରୀ ଆବାସ ଆରାଗଚି କହିଛନ୍ତି ଯେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ଅପପ୍ରଚାର କରୁଛନ୍ତି ଯେ ହର୍ମୁଜ ପ୍ରଣାଳୀ ଆନ୍ତର୍ଜାତିକ ଜାହାଜ ଚଳାଚଳ ପାଇଁ ସମ୍ପୂର୍ଣ୍ଣ ବନ୍ଦ। ବାସ୍ତବରେ ହର୍ମୁଜ ପ୍ରଣାଳୀକୁ ଇରାନ କେବଳ ଏହାର ଶତ୍ରୁ ରାଷ୍ଟ୍ରଗୁଡିକର ଜାହାଜ ଲାଗି ବନ୍ଦ ରଖିଛି। ଇରାନର ବନ୍ଧୁ ରାଷ୍ଟ୍ର ତାଲିକାରେ ରହିଥିବା ଅନ୍ୟ ରାଷ୍ଟ୍ରଗୁଡିକ ହେଲା ଚୀନ, ପାକିସ୍ତାନ, ରୁଷ୍, ଇରାକ ଓ ବାଂଲାଦେଶ।