ଏପ୍ରିଲ ମାସରେ ଚତୁର୍ଗ୍ରହୀ ଯୋଗ ମୀନ ରାଶିରେ ଆରମ୍ଭ ହେବାକୁ ଯାଉଛି । ସୂର୍ଯ୍ୟ, ମଙ୍ଗଳ , ଶନି ଏବଂ ବୁଧ ଏହି ଯୋଗ ମୀନ ରାଶିରେ ସୃଷ୍ଟି କରିବେ । ଏହି ଯୋଗ ଆରମ୍ଭ ହେବା ମାତ୍ରେ କିଛି ରାଶିରେ ଧନ ଏବଂ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ । ଆଜି ଆମେ ଆପଣଙ୍କୁ ସେହି ରାଶି ସମ୍ପର୍କରେ କହିବୁ ।
ମେଷ : ଆପଣଙ୍କ ପାଇଁ ଚତୁର୍ଗ୍ରହୀ ଯୋଗ ଚ୍ୟାଲେଞ୍ଜିଂ ରହିପାରେ । ଆପଣଙ୍କ କ୍ୟାରିଅର ଏବଂ ପରିବାରକୁ ନେଇ ମାନସିକ ଅଶାନ୍ତି ଦେଖାଦେଇପାରେ । ଏହି ସମୟରେ ଧନ ନିବେଶ କରିବା କ୍ଷତିକାରକ ହୋଇଥାଏ । ଏହି ସମୟରେ ଆପଣଙ୍କର ପେଟ ଏବଂ ମୁଣ୍ଡବିନ୍ଧା ଭଳି ସମସ୍ୟା ଦେଖାଦେଇପାରେ । ଆପଣଙ୍କ ରାଶିର ଇଷ୍ଟ ଗ୍ରହ ହେଲେ ମଙ୍ଗଳ । ପ୍ରତିକାର ସ୍ବରୂପ ଲାଲ ବସ୍ତ୍ର ପିନ୍ଧନ୍ତୁ ।
ସିଂହ : ଆପଣଙ୍କ ଅଷ୍ଟମ ଘରେ ଏହି ଯୋଗ ପ୍ରବେଶ ହେବ । ତେଣୁ ଏହି ସମୟରେ ଆପଣଙ୍କୁ ଆପଣଙ୍କ ବିରୋଧୀମାନଙ୍କଠାରୁ ସତର୍କ ରହିବା ଆବଶ୍ୟକ । କାହାକୁ ଅଧିକ ବିଶ୍ବାସ କରନ୍ତୁ ନାହିଁ । ଆର୍ଥିକ ସମସ୍ୟାର ମଧ୍ୟ ସାମ୍ନା କରିପାରନ୍ତି । ମାନସିକ ଅଶାନ୍ତି ମଧ୍ୟ ଦେଖାଦେଇପାରେ । ପ୍ରତିକାର ସ୍ବରୂପ ଭଗବାନ ବିଷ୍ଣୁଙ୍କୁ ପୂଜା କରନ୍ତୁ ।
ତୁଳା : ଏହି ରାଶିର ବ୍ୟକ୍ତିମାନେ ଟଙ୍କା କାରବାରକୁ ନେଇ ସତର୍କ ରହିବା ଆବଶ୍ୟକ । ଏହି ସମୟରେ ସତର୍କତାର ସହ ନିଷ୍ପତ୍ତି ନିଅନ୍ତୁ । ପିତାମାତାଙ୍କ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ପ୍ରତିକାର ସ୍ବରୂପ ଶିବଲିଙ୍ଗକୁ ପୂଜା କରି ଜଳ ଅର୍ପଣ କରନ୍ତୁ ।