୨ ସପ୍ତାହ ଆଇପିଏଲ୍ ଖେଳିବେନି ଧୋନୀ

ନୂଆଦିଲ୍ଲୀ, ୨୮/୦୩ : ଇଣ୍ଡିଆନ୍ ପ୍ରିମିୟର ଲିଗର ୧୯ତମ ସିଜିନ୍ ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ମ୍ୟାଚ୍ ଆରସିବି ଏବଂ ହାଇଦ୍ରାବାଦ ମଧ୍ୟରେ ଖେଳାଯିବାକୁ ସ୍ଥିର ହୋଇଛି। ଏହା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ ପ୍ରଶଂସକଙ୍କ ପାଇଁ ନିରାଶାଜନକ ଖବର ଆସିଛି। ମହେନ୍ଦ୍ର ସିଂହ ଧୋନୀ ଆଇପିଏଲ୍ ୨୦୨୬ରୁ ବାଦ ପଡ଼ିଛନ୍ତି। ସେ ଟୁର୍ଣ୍ଣାମେଣ୍ଟର ପ୍ରଥମ ଦୁଇ ସପ୍ତାହରୁ ବାଦ୍ ପଡ଼ିଛନ୍ତି। ଏହା ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ତାଙ୍କ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଝଟକା। ସିଏସକେ ମାର୍ଚ୍ଚ ୩୦ ତାରିଖରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଖେଳିବାର କାର୍ଯ୍ୟକ୍ରମ ରହିଛି। ୨ ସପ୍ତାହ ପାଇଁ ଆଇପିଏଲ୍ ଖେଳି ନ ପାରନ୍ତି ଧୋନୀ। ଆହତ ହୋଇଥିବା କାରଣରୁ ପ୍ରଥମ ୨ ସପ୍ତାହ ଖେଳି ନ ପାରନ୍ତି। ଏନେଇ ଚେନ୍ନାଇ ସୁପର କିଙ୍ଗସ ବୟାନ ଜାରି କରିଥିବା ସୂଚନା ମିଳିଛି। ଚେନ୍ନାଇ ସୁପର କିଙ୍ଗ୍ସ ମହେନ୍ଦ୍ର ସିଂହ ଧୋନୀଙ୍କ ଆହତ ସମ୍ପର୍କରେ ଏକ ଆନୁଷ୍ଠାନିକ ବିବୃତ୍ତି ଜାରି କରିଛି।