ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ବସିବ କ୍ୟାବିନେଟ୍‌ ବୈଠକ

ଭୁବନେଶ୍ୱର, ୧୦/୦୪ : ଆଜି ମୋହନ ସରକାରଙ୍କ ୩୮ ତମ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଲୋକସେବା ଭବନରେ ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ଏଥିରେ ପଞ୍ଚାୟତିରାଜ, ନିର୍ମାଣ, ରାଜସ୍ୱ, ବିଦ୍ୟାଳୟ ଓ ଗଣଶିକ୍ଷା ସହ ଅନ୍ୟାନ୍ୟ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଆସିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭାବେ ପାନୀୟଜଳ ସମ୍ପର୍କିତ ଏକ ନୂତନ ନୀତି ଉପରେ ଆଲୋଚନା ହେବ। ସରକାରଙ୍କ ଲକ୍ଷ୍ୟ ରାଜ୍ୟର ସମସ୍ତ ଘରକୁ ପାଇପ୍‌ ଯୋଗେ ପାନୀୟଜଳ ପହଞ୍ଚାଇବା। ଏହା ସହ ଜଳ ଯୋଗାଣର ରକ୍ଷଣାବେକ୍ଷଣ ପାଇଁ ମଧ୍ୟ ନୂଆ ବ୍ୟବସ୍ଥା ଆଣାଯିବାକୁ ପ୍ରସ୍ତାବ ରହିଛି। ଏହାଛଡ଼ା ନିର୍ମାଣ ବିଭାଗ ପକ୍ଷରୁ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ସେତୁ ପାଇଁ ଟେଣ୍ଡର ପ୍ରସ୍ତାବ ମଧ୍ୟ ଆସିବାକୁ ଥିବାରୁ ଏଥିରେ ଅନୁମୋଦନ ମିଳିପାରେ। ଆଜି ହେବାକୁ ଥିବା ଏହି ବୈଠକର ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିଛି।