ଭୁବନେଶ୍ୱର, ୧୦/୦୪ : ଆସନ୍ତା ୨୭ ସୁଦ୍ଧା ସବୁ ସ୍କୁଲର ଛାତ୍ର ଛାତ୍ରୀଙ୍କୁ ମିଳିବ ପୋଷାକ । ଡ୍ରେସ ବଣ୍ଟନ ନେଇ SOP ଜାରି ହୋଇଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ମନ୍ତ୍ରୀ କହିଛନ୍ତି, ଛୁଟି ଭିତରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ଡ୍ରେସ ଯୋଗାଇ ଦିଆଯିବ । ୧୨ ତାରିଖ ସୁଦ୍ଧା ଏଜେନ୍ସୀ ଚୟନ କରାଯାଇ କାର୍ଯ୍ୟାଦେଶ ବଣ୍ଟନ କରାଯିବ । ଯେଉଁମାନେ ପୂର୍ବରୁ କାର୍ଯ୍ୟାଦେଶ ପାଇଥିଲେ, ସେମାନଙ୍କ ନାଁ ରେ କିଛି ଅଭିଯୋଗ ଥିଲେ କାଟି ଦିଆଯିବ ।