ଭୁବନେଶ୍ୱର, ୧୩/୦୪ : ଆଜି ଖୋଲିବାକୁ ଯାଉଛି ଭିତର ରତ୍ନଭଣ୍ଡାର । ଦୀର୍ଘ ୪୮ବର୍ଷ ପରେ ଭିତର ରତ୍ନଭଣ୍ଡାରର ଗଣତି ମଣତି କରାଯିବ । ଏଥିପାଇଁ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇ ସାରିଛି । କଡା ସୁରକ୍ଷା ଭିତରେ ମାଜିଷ୍ଟ୍ରେଟରେ ଉପସ୍ଥିତିରେ ଭିତରରତ୍ନ ଭଣ୍ଡାର ଖୋଲାଯିବା ସହ ଗଣତି ମଣତି କରାଯିବ । ଏ ନେଇ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଅରବିନ୍ଦ ପାଢୀ କହିଛନ୍ତି । କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଟ୍ରେଜେରିରୁ ଚାବି ଆସିବା ପରେ ଭିତର ରତ୍ନଭଣ୍ଡାର ଦ୍ବାର ଖୋଲାଯିବ। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଚାଲିଥିବା ଏହି ବୈଠକରେ ଜିଲ୍ଲାପାଳ, ଏସପି, ସୁପରଭାଇଜିଙ୍ଗ ଟିମ୍ ଉପସ୍ଥିତ ରହିଥିଲେ। ସେହିପରି ଭର୍ଚୁଆଲରେ ଯୋଗ ଦେଇଥିଲେ ଜଷ୍ଟିସ ବିଶ୍ୱନାଥ ରଥ। ଗତକାଲି ଜଷ୍ଟିସ୍ ରଥ ବାହାର ଭଣ୍ଡାରରୁ ୩ଟି ରତ୍ନ ଆଇଟମ୍ ଗାଏବ ଥିବା ଗଣମାଧ୍ୟମକୁ କହିଥିଲେ। କିନ୍ତୁ ମୁଖ୍ୟ ପ୍ରଶାସକ ଡ. ପାଢ଼ୀ ଏହାକୁ ଗୁଜବ ବୋଲି କହିଛନ୍ତି। ଭିତର ଭଣ୍ଡାରରେ ୩୬୭ ପ୍ରକାରର ସୁନା ଅଳଙ୍କାର ଥିଲା। ଏହାର ଓଜନ ଥିଲା ୪୩୬୪ ଭରି। ଏଥିସହ ୨୩୧ ପ୍ରକାରର ରୁପା ଅଳଙ୍କାର ରହିଥିଲା। ୮ ତାରିଖରୁ ୧୧ ତାରିଖ ଯାଏଁ ବାହାର ରତ୍ନଭଣ୍ଡାରରେ ଗଣତିମଣତି କାର୍ଯ୍ୟ ଚାଲିଥିଲା । ସେହିପରି ପ୍ରଥମ ପର୍ଯ୍ୟାୟ ମଧ୍ୟ ଗଣତି ମଣତି ହୋଇଥିଲା । ଶନିବାର ଶେଷ ହୋଇଥିବା ଗଣତିମଣତିରେ ୧୯୭୮ ମସିହା ତାଲିକା ଅନୁସାରେ ସମସ୍ତ ରତ୍ନ ଅଳଙ୍କାର ମେଳକ ହେଲା । ୨୩୧ ପ୍ରକାରର ରୁପା ଅଳଙ୍କାର ରହିଥିଲା। ଏହାର ଓଜନ ଥିଲା ୧୪,୮୭୮ ଭରି ୬ ଅଣା। ଯଦିଓ ଏଥର ଓଜନ ମାପ କରାଯିବ ନାହିଁ ତଥାପି ଆଇଟମ୍ ଅନୁସାରେ ମେଳକ କରାଯାଇ ପୁନଃ ତାଲିକା କରାଯିବ।