ତାମିଲନାଡ଼ୁ ନିର୍ବାଚନ ଫଳାଫଳ : ନିଜେ ହାରିଗଲେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍

ନୂଆଦିଲ୍ଲୀ, ୦୪/୦୫ : ତାମିଲନାଡ଼ୁ ବିଧାନସଭା ନିର୍ବାଚନ ଫଳାଫଳ ସମସ୍ତଙ୍କୁ ଚକିତ କରିଛି । ଏଠାରେ ନୂଆକରି ଗଠନ ହୋଇଥିବା ଟିଭିକେ ସରକାର ଗଠନ କରିବା ସ୍ଥିତିରେ ରହିଛି । ହେଲେ ସବୁଠାରୁ ବଡ଼ କଥା ଓ ଆଶ୍ଚର୍ଯ୍ୟକର କଥା ହେଉଛି ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ଡିଏମକେ ନେତା ଏମ୍ କେ ଷ୍ଟାଲିନ ନିଜେ ପରାଜିତ ହୋଇଛନ୍ତି । ସେ ତାଙ୍କର ପାରମ୍ପରିକ ଆସନ କୋଲାଥୁରରୁ ନିର୍ବାଚନ ଲଢ଼ୁଥିଲେ । ତାଙ୍କୁ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ଟିଭିକେ ପ୍ରାର୍ଥୀ ଭି.ଏସ୍ ବାବୁଙ୍କ ଠାରୁ ପରାଜିତ ହୋଇଛନ୍ତି । ଶେଷ ସୂଚନା ମୁତାବକ ଟିଭିକେ ପ୍ରାର୍ଥୀଙ୍କୁ ୭୬୭୯୬ ଭୋଟ ମିଳିଥିବା ବେଳେ ଷ୍ଟାଲିନଙ୍କୁ ୬୮୫୧୨ ଖଣ୍ଡ ଭୋଟ ମିଳିଛି ।