ଇଂଲଣ୍ଡ ଏବଂ ଆୟରଲାଣ୍ଡ ଗସ୍ତ ପାଇଁ ଭାରତୀୟ ଟି-୨୦ ଦଳ ଘୋଷଣା

ନୂଆଦିଲ୍ଲୀ, ୦୬/୦୬ : ଭାରତୀୟ ଟି୨୦ ଦଳକୁ ମିଳିଲା ନୂଆ ଅଧିନାୟକ । ଇଂଲଣ୍ଡ ଏବଂ ଆୟରଲାଣ୍ଡ ଗସ୍ତ ପାଇଁ ଟିମ୍ ଇଣ୍ଡିଆର ଘୋଷଣା କରିଛି ବିସିସିଆଇ । ଟି୨୦ ସିରିଜ ପାଇଁ ଦଳ ଘୋଷଣା ହୋଇଛି । ଟି୨୦ ଦଳର ଅଧିନାୟକ ଦାୟିତ୍ବ ଶ୍ରେୟସ ଆୟରଙ୍କ ମିଳିଛି । ତିଳକ ବର୍ମା ଉପ ଅଧିନାୟକ ହୋଇଛନ୍ତି । ଟିମରେ ସାମିଲ ହୋଇଛନ୍ତି ୧୫ ବର୍ଷୀୟ ବିସ୍ମୟ ବାଳକ ବୈଭବ । ପ୍ରଥମ ଥର ପାଇଁ ଟିମ୍ ଇଣ୍ଡିଆ ଦଳରେ ସୁଯୋଗ ମିଳିଛି । ସୂର୍ଯ୍ୟକୁମାର ଯାଦବଙ୍କୁ ଟି୨୦ ଦଳରୁ ବାଦ୍ ଦିଆଯାଇଛି । ସେହିପରି ଟେଷ୍ଟ ଏବଂ ଦିନିକିଆ ଅଧିନାୟକ ଶୁବମନ ଗିଲଙ୍କୁ ଟି୨୦ ଫର୍ମାଟରୁ ବାଦ୍ ଦିଆଯାଇଛି । ଏହାସହିତ ବିସିସିଆଇ ଏସିଆନ ଗେମ୍ସ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରିଛି । ଏସୀୟ କ୍ରୀଡ଼ାରେ ବୁମରାଙ୍କୁ ସୁଯୋଗ ମିଳିଛି । ଇଂଲଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆ ୫ଟି ଟି୨୦ ମ୍ୟାଚ୍ ଏବଂ ୩ଟି ଦିନିକିଆ ଖେଳିବ । ସେହିପରି ଆୟରଲାଣ୍ଡ ସହିତ ୨ଟି ଟି୨୦ ମ୍ୟାଚ୍ ଖେଳିବ ।

ଭାରତୀୟ ଟି୨୦ ଦଳ : ଶ୍ରେୟସ ଆୟର ଅଧିନାୟକ, ଅଭିଷେକ ଶର୍ମା, ସଂଜୁ ସାମସନ, ଈଶାନ କିଶନ, ଶିବମ ଦୁବେ, ତିଳକ ବର୍ମା (ଉପ ଅଧିନାୟକ), ନୀତିଶ ରେଡ୍ଡୀ, ଅକ୍ଷର ପଟେଲ, ୱାଂଶିଟନ ସୁନ୍ଦର, ବରୁଣ ଚକ୍ରବର୍ତ୍ତୀ, ମହମ୍ମଦ ସିରାଜ, ଅର୍ଶଦୀପ ସିଂ, ରବି ବିଷ୍ଣୋଇ, ପ୍ରିନ୍ସ ଯାଦବ, ବୈଭବ ସୂର୍ଯ୍ୟବଂଶୀ ।

ଏସିଆନ ଗେମ୍ସ ପାଇଁ ଭାରତୀୟ ଦଳ : ଶ୍ରେୟସ ଆୟର ( ଅଧିନାୟକ), ଅଭିଷେକ ଶର୍ମା, ସଂଜୁ ସାମସନ, ଈଶାନ କିଶନ, ଶିବମ ଦୁବେ, ତିଳକ ବର୍ମା (ଉପ ଅଧିନାୟକ), ନୀତିଶ ରେଡ୍ଡୀ, ଅକ୍ଷର ପଟେଲ, ୱାଂଶିଟନ ସୁନ୍ଦର, ବରୁଣ ଚକ୍ରବର୍ତ୍ତୀ, ମହମ୍ମଦ ସିରାଜ, ଅର୍ଶଦୀପ ସିଂ, ରବି ବିଷ୍ଣୋଇ, ଜସପ୍ରୀତ ବୁମରା, ବୈଭବ ସୂର୍ଯ୍ୟବଂଶୀ ।