ଭୁବନେଶ୍ୱର, ୨୪/୦୬ : ଆସନ୍ତା ଜୁଲାଇ ପହିଲାରୁ ଦେଶରେ ଅନେକ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ଓ ପ୍ରଶାସନିକ ନିୟମ ବଦଳିବାକୁ ଯାଉଛି, ଯାହା ସାଧାରଣ ଜନତାଙ୍କ ପକେଟ୍ ଏବଂ ଦୈନନ୍ଦିନ ଜୀବନକୁ ସିଧାସଳଖ ପ୍ରଭାବିତ କରିବ। ଏହି ପରିବର୍ତ୍ତନଗୁଡ଼ିକ ବେତନଭୋଗୀ କର୍ମଚାରୀ, ପେନସନଭୋଗୀ, କରଦାତା ଏବଂ ବ୍ୟାଙ୍କ ଗ୍ରାହକଙ୍କ ସମେତ ଲକ୍ଷ ଲକ୍ଷ ଲୋକଙ୍କ ଦୈନନ୍ଦିନ ଖର୍ଚ୍ଚ, ନିବେଶ, ବ୍ୟାଙ୍କିଙ୍ଗ ଏବଂ ଆର୍ଥିକ ଯୋଜନାକୁ ସିଧାସଳଖ ପ୍ରଭାବିତ କରିବ।