ସ୍ତ୍ରୀଙ୍କ ମୋବାଇଲ ଫୋନ୍‌ ମାଡ଼ରେ ସ୍ୱାମୀଙ୍କ ମୃତ୍ୟୁ ଅଭିଯୋଗ

ଭୁବନେଶ୍ୱର, ୧୨/୦୭ : ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଝଗଡ଼ା ବେଳେ ସ୍ତ୍ରୀ ଉତ୍‌କ୍ଷିପ୍ତ ହୋଇ ତାଙ୍କ ସ୍ୱାମୀଙ୍କ ଉପରକୁ ଏକ ମୋବାଇଲ୍ ଫୋନ୍ ଫିଙ୍ଗି ଦେଇଥିଲେ। ମୋବାଇଲ ଫୋନ୍‌ଟି ସ୍ୱାମୀଙ୍କ ମୁଣ୍ଡରେ ବାଜିଥିଲା ଓ ପ୍ରବଳ ରକ୍ତସ୍ରାବ ହୋଇଥିଲା। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସିତ ହୋଇ ଫେରିବା ପରେ ଗତକାଲି ପୁଣି ତାଙ୍କ ଅବସ୍ଥା ଗୁରୁତର ହୋଇଯାଇଥିଲା। ଆଉ ଆଜି ଡାକ୍ତରଖାନାରେ ଚିକିତ୍ସାଧୀନ ଭାବେ ତାଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ଘଟିଛି ବଲାଙ୍ଗିର ଟାଉନ ଥାନା ଚିମନୀଭାଟି ପଡ଼ାରେ।ମୃତକଙ୍କ ନାଁ ସପନ ମିଶ୍ର ।