ଭୁବନେଶ୍ୱର, ୧୪/୦୭ : ଆଜି ନବଯୌବନ ବେଶରେ ଦର୍ଶନ ଦେବେ ବ୍ରହ୍ମାଣ୍ଡ ଠାକୁର । ନୀତି ବହୁଳତା ଯୋଗୁଁ ମାତ୍ର ଦୁଇ ତିନି ଘଣ୍ଟା ଦର୍ଶନ ବ୍ୟବସ୍ଥା କରାଯାଇଛି । ଅପରାହ୍ନ ୩ଟା ପରେ ମାତ୍ର ୨ରୁ ୩ ଘଣ୍ଟା ପାଇଁ ମିଳିବ ଦର୍ଶନ । ଉଭୟ ପରିମାଣିକ ଓ ସର୍ବସାଧାରଣ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି । ସିଂହଦ୍ୱାର ଦେଇ ସର୍ବସାଧାରଣ ଦର୍ଶନ ଏବଂ ଦକ୍ଷିଣ ଦ୍ୱାର ଦେଇ ପରିମାଣିକ ଦର୍ଶନ ହେବ । ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ସୁସ୍ଥତା ଆସିବା ପରେ ଆଦ୍ୟ ସେବକଙ୍କ ନିର୍ଦ୍ଦେଶ ପରେ ଜୋର୍ ଧରିଛି ପ୍ରସ୍ତୁତି ।