ନୂଆଦିଲ୍ଲୀ, ୧୭/୦୭ : କେନ୍ଦ୍ର ସରକାର ଶୁକ୍ରବାର ୧୯୯୪ ବ୍ୟାଚ ଭାରତୀୟ ପୁଲିସ ସେବା (ଆଇପିଏସ୍) ଅଧିକାରୀ ଅନୁରାଗ କୁମାରଙ୍କୁ ଦିଲ୍ଲୀ ପୁଲିସର କମିସନର ଭାବେ ନିଯୁକ୍ତ କରିଛି। ବର୍ତ୍ତମାନ ଦିଲ୍ଲୀ ପୁଲିସର ମୁଖ୍ୟ ଥିବା ସତୀଶ ଗୋଲଛାଙ୍କୁ ଅବସର ଗ୍ରହଣର ନଅ ମାସ ପୂର୍ବରୁ ବଦଳି କରାଯାଇଛି। ଶୁକ୍ରବାର ସକାଳେ ଭାରତ ସରକାରଙ୍କ ଅଧୀନ ସଚିବ ରାକେଶ କୁମାର ସିଂହଙ୍କ ଦ୍ୱାରା ଜାରି ଏକ ନିର୍ଦ୍ଦେଶରେ କୁହାଯାଇଛି ଯେ, ଅରୁଣାଚଳ ପ୍ରଦେଶ, ଗୋଆ, ମିଜୋରାମ ଏବଂ କେନ୍ଦ୍ରଶାସିତ ଅଞ୍ଚଳ (ଏଜିଏମ୍ୟୁଟି) କ୍ୟାଡରର ୧୯୯୪ ବ୍ୟାଚ୍ ଆଇପିଏସ୍ ଅଧିକାରୀ ଅନୁରାଗ କୁମାରଙ୍କୁ ଦିଲ୍ଲୀ ପୁଲିସ କମିସନର ଭାବେ ନିଯୁକ୍ତ କରାଯାଇଛି।
