ଆଜୀବିକା ଗ୍ରାମୀଣ ଏକ୍ସପ୍ରେସ ଯୋଜନା ଶୁଭାରମ୍ଭ କଲେ ବିଧାୟକ

ମହାକାଳପଡ଼ା : ୨୪/୭ ଅlଜୀବିକା ଗ୍ରାମୀଣ ଏକ୍ସପ୍ରେସ ଯୋଜନା (ଏଜୀଇୱାଇ )ମାଧ୍ୟମ ରେ ପ୍ରଥମ ପର୍ଯ୍ୟାୟରେ ପ୍ରଥମେ ଗୋଟିଏ ଗାଡ଼ିର ଶୁଭାରମ୍ଭ କରିଛନ୍ତି ମହାକାଳପଡ଼ା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଦୁର୍ଗା ପ୍ରସନ୍ନ ନାୟକ l ଶୁକ୍ରବାର ଅପରାହ୍ନ ରେ ବଡିହି ପଂଚାୟତସ୍ଥ କାକଟ ପୁର ଠାରେ ଆୟୋଜିତ ବାହୁଡା଼ ଯାତ୍ରା ରେ ଯୋଗ ଦେବା ଅବସରେ ଗାଡିକୁ ପତାକା ଦେଇ ଶୁଭାରମ୍ଭ କରିଥିଲେ l ପରେ ଶ୍ରଦ୍ଧାଳୁ ମାନଙ୍କ ସହିତ ମିଶି ରଥ ଭିଡ଼ିବା ପରେ ମହାପ୍ରଭୁ ଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରିଥିଲେ l କାର୍ଯ୍ୟକ୍ରମ ଅବସର ରେ ବ୍ଲକ ଉପାଧ୍ୟକ୍ଷା ମୀରାରାଣୀ ମହାନ୍ତି, ଓଡିଶା ଜୀବିକା ମିଶନ ଓ ମିଶନ ଶକ୍ତି ର କର୍ମଚାରୀ ମାନେ ଉପସ୍ଥିତ ଥିଲେ ଲ

ଗ୍ରାମୀଣ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହିତ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ଆର୍ଥିକ ସଶକ୍ତକରିବା ଦିଗରେ ବେଶ ସହାୟକ ହେବ ବୋଲି ଜଣାପଡିଛି l ପ୍ରଥମ ପର୍ଯ୍ୟାୟ ରେ ସ୍ଥାନୀୟ ବ୍ଲକ ଅଧୀନ ସୁନୀତି ପଂଚାୟତସ୍ଥ କଣ୍ଟିଲୋ ଗାଁ ର ରାଜୀବ ଗାନ୍ଧୀ ଏସଏଚଜି ର ସଭ୍ୟା ପ୍ରମିଳା ଦାସ ଙ୍କୁ ହିତାଧିକାରୀ ଭାବେ ଗାଡିପ୍ରଦାନ ପରେ ଖୁସି ବ୍ୟକ୍ତ କରିଛନ୍ତି l

SBI AD