ଭୁବନେଶ୍ୱର, ୧୫/୦୮ : ରାକ୍ଷୀ ପୂର୍ଣ୍ଣିମାକୁ ଆଉ କିଛି ଦିନ ବାକି । ଭାଇ ଭଉଣୀଙ୍କ ସ୍ନେହର ଏହି ପର୍ବ ପାଇଁ ଏବେଠାରୁ ରାକ୍ଷୀ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି କିସ୍ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ । ଚଳିତ ବର୍ଷ ୨୦ ହଜାର ରାକ୍ଷୀ ପ୍ରସ୍ତୁତ କରିବାର ଲକ୍ଷ୍ୟ ରହିଛି । ପାଠପଢ଼ା ସହିତ ନିଜ ହାତରେ ଆକର୍ଷଣୀୟ ରାକ୍ଷୀ ତିଆରି କରି ସେମାନେ ପ୍ରମାଣିତ କରିଛନ୍ତି ଯେ ଶିକ୍ଷା ସହ ଦକ୍ଷତା ଏବଂ ପଢ଼ିବା ସହ ରୋଜଗାର ମାଧ୍ୟମରେ କିପରି ଆତ୍ମନିର୍ଭରଶୀଳ ହୋଇପାରିବ। ଛାତ୍ରଛାତ୍ରୀମାନେ କେବଳ ସ୍ନେହର ସୂତା ପ୍ରସ୍ତୁତ କରୁନାହାନ୍ତି, ବରଂ ବ୍ୟବସାୟିକ ଜ୍ଞାନ ଆହରଣ କରି ନିଜ ହାତରେ ନିଜ ଭବିଷ୍ୟତ ମଧ୍ୟ ଗଢ଼ୁଛନ୍ତି । ଶିକ୍ଷା, ଦକ୍ଷତା ଓ ଆତ୍ମନିର୍ଭରତାର ଏହା ଏକ ଅନନ୍ୟ ପ୍ରୟାସ ।