ଭୁବନେଶ୍ୱର : ଶ୍ରୀମନ୍ଦିରରେ ଭକ୍ତଙ୍କ ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ଅଧିକ ସୁବ୍ୟବସ୍ଥିତ ଓ ଶୃଙ୍ଖଳିତ କରିବା ନେଇ ଆଜି ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଆଇନ୍ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା ସମ୍ପର୍କିତ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଛି।
ବୈଠକରେ ପୁରୀ ଏସ୍ପିଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ। ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କ ଭିଡ଼ ନିୟନ୍ତ୍ରଣ, ଧାଡ଼ି ଦର୍ଶନ ସମୟରେ ସୁରକ୍ଷା ବ୍ୟବସ୍ଥା ଏବଂ ଭକ୍ତଙ୍କ ଯାତାୟାତକୁ ସୁଗମ କରିବା ନେଇ ଅଧିକାରୀମାନେ ଆଲୋଚନା କରିଥିବା ଜଣାପଡ଼ିଛି। ଧାଡ଼ି ଦର୍ଶନ ବ୍ୟବସ୍ଥାରେ ଭକ୍ତଙ୍କୁ ଯେପରି ଅଯଥା ଅସୁବିଧା ନହୁଏ, ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି। ଏଥିସହ ଭିଡ଼ ନିୟନ୍ତ୍ରଣ ଓ ଦର୍ଶନ ବ୍ୟବସ୍ଥା ପାଇଁ ଏକ ସ୍ପଷ୍ଟ SOP ପ୍ରସ୍ତୁତ କରାଯିବା ନେଇ ମଧ୍ୟ ଆଲୋଚନା ହୋଇଛି।