ଡିଏଭି ପୋଖରୀପୁଟରେ ଏନ୍.ଡି.ଆର୍.ଏଫ୍. ଆନୁକୂଲ୍ୟରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ

ଭୁବନେଶ୍ଵର,୨୮/୮ : ଡିଏଭି ପୋଖରୀପୁଟରେ ଜାତୀୟ ବିପର୍ଯ୍ୟୟ ସୁରକ୍ଷା ବାହିନୀ (ଏନ୍. ଡି.ଆର୍. ଏଫ୍. ) ମୁଣ୍ଡୁଳି, କଟକଙ୍କ ଦ୍ୱାରା ବିଭିନ୍ନ ବିପର୍ଯ୍ୟୟ
ଦୁର୍ଘଟଣା ସମୟରେ କିପରି ନିଜକୁ ତଥା ଅନ୍ୟମାନଙ୍କୁ ସୁରକ୍ଷିତ ରଖାଯାଇପାରିବ ସେ ସମ୍ବନ୍ଧରେ ବିସ୍ତୃତ ଭାବେ ପ୍ରତ୍ୟକ୍ଷ ଜ୍ଞାନ ବିଦ୍ୟାର୍ଥୀମାନଙ୍କୁ ପ୍ରଦାନ କରାଯାଇଥିଲା । ଡିଏଭି ଓଡ଼ିଶା ଜୋନ୍ ଏଫ୍ ର ସହ ଆଞ୍ଚଳିକ ଅଧିକାରୀ ତଥା ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବରିଷ୍ଠ ନିରୀକ୍ଷକ ଶିତିକଣ୍ଠ ପତି ଓ ରଞ୍ଜନ କୁମାର ସ୍ଵାଇଁ ଉପସ୍ଥିତ ରହି ବିଦ୍ୟାର୍ଥୀମାନଙ୍କୁ ଉତ୍ସାହିତ କରିଥିଲେ ।

ପ୍ରାକୃତିକ ବିପର୍ଯ୍ୟୟ ବା ଆକସ୍ମିକ ଦୁର୍ଘଟଣା ଘଟିଲେ କେଉଁ କେଉଁ ପଦକ୍ଷେପ ଗ୍ରହଣ କରିବା ଉଚିତ ସେ ସମ୍ପର୍କୀୟ ତଥ୍ୟ ଇନିସ୍ପେକ୍ଟର, (ଏନ୍.ଡି.ଆର୍.ଏଫ୍) ଦେବାଶିଷ ପରିଡ଼ା ଦର୍ଶାଇଥିଲେ । ବନ୍ୟା, ବାତ୍ୟା, ଭୂକମ୍ପ ସମୟରେ ବିପନ୍ନମାନଙ୍କୁ କିପରି ରଦ୍ଧାର କରାଯାଇପାରିବ ଏବଂ ଏହି ସମୟରେ ନିଜକୁ କିପରି ସୁରକ୍ଷିତ ରଖିହେବ ସେ ସମ୍ପର୍କରେ ସବିଶେଷ ତଥ୍ୟ ଏନ୍.ଡି.ଆର୍.ଏଫ୍. ଟିମ୍ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ଏନ୍‌ସିସି, ସ୍କାଉଟ୍, ଗାଇଡ୍‌ର ଛାତ୍ରଛାତ୍ରୀମାନେ ଏହି ବିପର୍ଯ୍ୟୟ ପରିଚାଳନାର ନାନାବିଧ କୌଶଳ ସମ୍ପର୍କରେ ପ୍ରତ୍ୟକ୍ଷ ଜ୍ଞାନଲାଭ କରିଥିଲେ । ସମାଜବିଜ୍ଞାନ ବିଭାଗର ମୁଖ୍ୟ ଅଖିଳ ରଞ୍ଜନ ଦାଶ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ଏନ୍.ସି.ସି ର ଶିକ୍ଷକଗଣ ଏଥିରେ ସକ୍ରିୟ ସହଯୋଗ କରିଥିଲେ ।