ରୁଷିଆ ରାଷ୍ଟ୍ରପତି ପୁଟିନ୍‌ଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ, ୦୧/୦୯ : ଭାରତ ଯୁଦ୍ଧ ନୁହେଁ, ଶାନ୍ତି ସମର୍ଥନରେ । ଆଲୋଚନା ମାଧ୍ୟମରେ ଭାରତ ସମାଧାନ ଖୋଜେ । କାର୍ଗିଜସ୍ତାନରେ ଋଷ ରାଷ୍ଟ୍ରପତି ପୁଟିନଙ୍କୁ ଭେଟି ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ସମାଧାନ କେବଳ ଆଲୋଚନା ମାଧ୍ୟମରେ ହିଁ ହୋଇପାରିବ ବୋଲି କହିଛନ୍ତି ମୋଦୀ । ଏସ୍‌ସିଓ ସମିଟରେ ଯୋଗଦେବା ପାଇଁ ଯାଇଛନ୍ତି ପ୍ରଧାନମନ୍ତ୍ରୀ ।