୧୦ଫୁଟ ଲମ୍ବର ବଉଳା କୁମ୍ଭୀର କୁ କାନ୍ଧରେ ବୋହି ନେଲେ ଗାଁ ଲୋକେ

ମହାକାଳପଡ଼ା, ୨୪/୦୯ : ନଦୀ ନାଳ ଘେରା ଉପକୂଳ ମହାକାଳପଡ଼ା ବ୍ଲକ ରେ ଦିନକୁ ଦିନ କୁମ୍ଭୀର ଙ୍କ ଉପଦ୍ରଵ ବୃଦ୍ଧି ପାଉଛି l କେତେବେଳେ କୁମ୍ଭୀର ଅଗଣାରେ ତ ଆଉ କେଉଁସମୟରେ ବାଡ଼ି ପୋଖରୀରେ ଦେଖି ଲୋକେ ଆତଙ୍କିତ ହେଉଛନ୍ତି l ଖାଦ୍ୟଅନ୍ୱେଷଣ ରେ ନଦୀ ଛାଡି କେତେବେଳେ ନାଳ, ପୋଖରୀ ଓ ଜନବସତି ଆଡ଼କୁ ମୁହାଉଛନ୍ତି କୁମ୍ଭୀର l କୁମ୍ଭୀର ଭଳି ହିଂସ୍ର ଜୀବ ର ଜଳ ଓ ସ୍ଥଳ ଉଭୟ ଭାଗରେ ଅଯାଚିତ ବିଚରଣ ନେଇ ନଦୀ କୁଳିଆ ଲୋକେ ସୁରକ୍ଷା ମଣୁନାହାଁନ୍ତି l ଯେଭଳି ମଙ୍ଗଳବାର ରାତ୍ରିରେ କଂସାର ବଡ଼ଦାଣ୍ଡୁଆ ପଂଚାୟତସ୍ଥ ବଗଗହଣ ପଶ୍ଚିମ ପଡା ଇନ୍ଦ୍ରମଣିକର ଙ୍କ ବାଡ଼ିରେ କୁମ୍ଭୀର ଶୋଇଥିବାର ଦେଖି ଘର ଲୋକେ ଭୟଭୀତ ହୋଇଥିଲେ l ଏନେଇ ପଡୋଶୀ ଙ୍କୁ ଅବଗତ କରାଇବା ସହିତ ବନବିଭାଗ କୁ ଖବର ଦେଇଥିଲେ l ସୂଚନା ମାତ୍ରେ ବନବିଭାଗ ଟିମ ଘଟଣାସ୍ଥଳରେ ପହଂଚି କୁମ୍ଭୀର ରେ ଗତିବିଧି ଉପରେ ଲକ୍ଷ୍ୟ ରଖିଥିଲେ l ସକାଳ ହେବା ମାତ୍ରେ ସହଯୋଗୀ ବନବିଭାଗୀୟ କର୍ମଚାରୀ ମାନେ ପହଂଚିବାରୁ ସଭିଙ୍କ ମିଳିତ ଉଦ୍ୟମ ରେ ବଉଳା କୁମ୍ଭୀର କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବାର ଜଣାପଡିଛି l ଉଦ୍ଧାର କୁମ୍ଭୀର କୁ ଗାଁ ଲୋକେ ଉତ୍ସାହ ସହକାରେ କାନ୍ଧେଇ ନେଇ ବନବିଭାଗ ଗାଡ଼ିରେ ଲଦିଥିବାର ଖବର ମିଳିଛି l