ଆଜି ଜ୍ଞାନେଶ କୁମାରଙ୍କ ବିରୁଦ୍ଧରେ SCରେ ଶୁଣାଣି, ବିଚାର କରିବେ ସିଜେଆଇ ସୂର୍ଯ୍ୟକାନ୍ତ

ନୂଆଦିଲ୍ଲୀ, ୦୫/୧୦ : ଦେଶର ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ଆଇନଗତ ମାମଲା ଏବେ ଦେଶର ସବୋଚ୍ଚ ଅଦାଲତ ଅର୍ଥାତ୍ ସୁପ୍ରିମକୋର୍ଟରେ ପହଞ୍ଚିଛି। ଏହି ମାମଲାର ଶୁଣାଣି ପାଇଁ ସୁପ୍ରିମକୋର୍ଟରେ ସ୍ୱତନ୍ତ୍ର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇସାରିଛି। ଭାରତର ପ୍ରଧାନ ବିଚାରପତି (CJI) ସୂର୍ଯ୍ୟ କାନ୍ତଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଖଣ୍ଡପୀଠ ଗଠିତ ହୋଇଛି, ଯାହା ଏହି ମାମଲାର ବିଚାର କରିବ। ନିର୍ବାଚନ ଆୟୋଗ ଏବଂ ଏହାର ପ୍ରଶାସନିକ କାର୍ଯ୍ୟପନ୍ଥାକୁ ନେଇ ଦାଖଲ ହୋଇଥିବା ଏହି ମାମଲାକୁ ନେଇ ଏବେ ଜାତୀୟ ରାଜନୀତି ଏବଂ ବିଚାର ବିଭାଗୀୟ ମହଲରେ ବେଶ୍ ଚର୍ଚ୍ଚା ଜାରି ରହିଛି। ଆଗାମୀ ଦିନରେ ଏହି ଖଣ୍ଡପୀଠ ସାମ୍ନାରେ ମାମଲାର ବିଭିନ୍ନ ଆଇନଗତ ଦିଗ, ସମ୍ବିଧାନିକ ପ୍ରାବଧାନ ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକ ଉପରେ ପୁଙ୍ଖାନୁପୁଙ୍ଖ ଯାଞ୍ଚ ଏବଂ ଯୁକ୍ତିତର୍କ ହେବାର ସମ୍ଭାବନା ରହିଛି।