ମହାକାଳପଡ଼ା, ୦୯/୧୦ : ମହାକାଳପଡ଼ା ବ୍ଲକ ତନ୍ତିଆ ପାଳ ସାମୁଦ୍ରିକ ଥାନାଞ୍ଚଳ ଗୋଗୁଆ ପଂଚାୟତ ବଳିଗଣ୍ଡ ଗାଁ ମହାନ୍ତି ପରିବାର ଚୋରଙ୍କ ମରଣାତ୍ମକ ଆକ୍ରମଣ ର ଶୀକାର ହୋଇଥିବାର ଜଣାପଡିଛି l ସମ୍ପୃକ୍ତ ଗାଁ ର ରାଜେଶ ମହାନ୍ତି ଙ୍କ ଘର କବାଟ ତାଡି ଦୁଇ ଜଣ ଦୁବୁର୍ତ୍ତ ଚୋରି ଉଦ୍ଦେଶ୍ୟରେ ତାଙ୍କ ଘରେ ପଶିଥିଲେ l ରାଜେଶ ଏବଂ ପତ୍ନୀ ସ୍ବର୍ଣ୍ଣଲତା ପ୍ରତିରୋଧ କରିବାରୁ ନୃଶଂସ ଦମ୍ପତି ଙ୍କୁ ଧାରୁଆ ଅସ୍ତ୍ର ରେଉଭୟ ଙ୍କୁ ମରଣାତ୍ମକ ଆକ୍ରମଣ କରି ସୁନା ରୁପା ଧରି ଚମ୍ପଟ ମାରିଥିଲେ l ଘର ପାଖରେ ଘର ନଥିବାରୁ ପଡୋଶୀ ଘଟଣା ବିଷୟରେ ଜାଣିବା ବିଳମ୍ବ ହୋଇଥିଲେ ସୁଦ୍ଧା ଆହତ ଦମ୍ପତ୍ତି ଙ୍କୁ କେନ୍ଦ୍ରାପଡ଼ା ନେଇଥିଲେ l ପ୍ରାଥମିକ ଚିକିତ୍ସା ପରେ ଉନ୍ନତ ଚିକିତ୍ସା ନିମନ୍ତେ ଡାକ୍ତର ତାଙ୍କୁ କଟକ ରେଫର କରିଥିଲେ l ଦମ୍ପତି ଙ୍କ ମୁଣ୍ଡରେ ଗୁରୁତର ଆଘାତ ହେତୁ ଏଭଳି ଘଟିଥିବାର ଜଣାପଡିଛି l ଏ ନେଇ ଗୁରୁବାର ମହାନ୍ତି ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ସାଇଣ୍ଟିଫିକ ଟିମ ସହିତ ଘଟଣା ସ୍ଥଳରେ ପହଂଚି ଘଟଣା ଉପରେ ଅଧିକ ତଦନ୍ତ ଚଳାଇଥିବାର ଜଣାପଡିଛି l