ଭୟଙ୍କର ସଡ଼କ ଦୁର୍ଘଟଣା : ୩ ମୃତ

ନୂଆଦିଲ୍ଲୀ, ୧୨/୧୦ : କେରଳରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା । ସ୍କୁଟରକୁ ଧକ୍କା ଦେଲା ଦ୍ରୁତଗାମୀ ମିନି କୁପର୍ କାର୍ , ୩ ଛାତ୍ରଙ୍କ ମୃତ୍ୟୁ । କେରଳର କୋଚି ବିମାନବନ୍ଦର ନିକଟରେ ଦୁର୍ଘଟଣା ଘଟିଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । କୋଚି ବିମାନବନ୍ଦର ନିକଟରେ ଏକ ସ୍କୁଟରରେ ଯାଉଥିବା ୩ ଜଣ ଛାତ୍ରଙ୍କୁ ମିନି କୁପର୍ କାର୍ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ୩ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣା ୧୯ ବର୍ଷୀୟ ଯୁବକ ଜଣକ ଦୁର୍ଘଟଣାର ଘଟାଇଥିବାବେଳେ ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ତେବେ ଏହି ଦୁର୍ଘଟଣା ପରେ କାର୍ ଚାଳକ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଛି ।ନାବାଳକ ଚାଳକ କୁଆଡ଼େ କହିଥିଲା କି, ମୋ ବାପା ସବୁ ସମ୍ଭାଳି ନେବେ। ଘଟଣାରେ ପୋଲିସ କାର୍ ଚାଳକଙ୍କୁ ଅଟକ ରଖି ପଚରାଉଚରା କରୁଛି । ଦୁର୍ଘଟଣା ବେଳେ ଚାଳକ ମଦ୍ୟପାନ କରିଥିଲା କି ନାହିଁ ? ତାହା ଜାଣିବା ପାଇଁ ପରୀକ୍ଷା କରାଯାଇଛି । ପରୀକ୍ଷା ରିପୋର୍ଟକୁ ଅପେକ୍ଷା କରିଛି ପୋଲିସ ।