ଛତିଶଗଡ଼ ବିଜାପୁର ପୋଲିସ ନିକଟରେ ୬ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ

ଭୁବନେଶ୍ୱର, ୧୩/୧୦ : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ୬ ମାଓବାଦୀ । ଏମାନଙ୍କ ମଧ୍ୟରେ ଅଛନ୍ତି ଓଡିଶାରେ ସକ୍ରିୟଥିବା ୪ ମାଓବାଦୀ ଓ ପଶ୍ଚିମ ବସ୍ତର ଡିଭିଜନର ଦୁଇ ହାର୍ଡକୋର ମାଓବାଦୀ । ୪ ମାଓବାଦୀ ମାଓ ସଙ୍ଗଠନରେ PPCM କ୍ୟାଡ଼ର ଭାବେ କାର୍ଯ୍ୟ କରୁଥିବା ବେଳେ ସେମାନଙ୍କ ମୁଣ୍ଡ ଉପରେ ପୋଲିସ ୩୫ ଲକ୍ଷ ଟଙ୍କା ପୁରସ୍କାର ରଖିଥିଲା । ଏମାନେ ଦୀର୍ଘ ବର୍ଷ ହେବ ମାଓ ସଙ୍ଗଠନରେ ସକ୍ରିୟ ରହି ଅନେକ ହିଂସାକାଣ୍ଡ ଘଟେଇ ଆସୁଥିଲେ । ତେବେ ଛତିଶଗଡ଼ ସରକାରଙ୍କ ଆତ୍ମସମର୍ପଣ ନୀତିରେ ଆକର୍ଷିତ ହୋଇ ବିଜାପୁର SPଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କୁ ମଧ୍ୟ ଛତିଶଗଡ଼ ପୋଲିସର ଆତ୍ମସମର୍ପଣ ନୀତି ଅନୁସାରେ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ସବୁପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ବିଜାପୁର SP କହିଛନ୍ତି ।