ଆଜି ଭାରତ-ନ୍ୟୁଜିଲାଣ୍ଡ ପଞ୍ଚମ ଦିନିକିଆ

ନୂଆଦିଲ୍ଲୀ, ୧୫/୧୧ : ଭାରତ-ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ସିରିଜର ୫ମ ଦିନିକିଆ । ଟସ୍ ଭିତି ବୋଲିଂ ନିଷ୍ପତ୍ତି ନେଲା ନ୍ୟୁଜିଲ୍ୟାଣ୍ଡ । ୟସ ଠାକୁର ଭାରତ ପାଇଁ ଡେବ୍ୟୁ କଲେ । ଦ୍ରୁତ ବୋଲର ୟଶ ଠାକୁର ତାଙ୍କର ପ୍ରଥମ ଦିନିକିଆ କ୍ୟାପ୍ ହାସଲ କରିଛନ୍ତି। ଏହାସହ ଶେଷ ମ୍ୟାଚରେ ଗୁରନୁର ବ୍ରାରଙ୍କ ସ୍ଥାନରେ ମହମ୍ମଦ ସିରାଜଙ୍କୁ ସ୍ଥାନ ମିଳିଛି । ନ୍ୟୁଜିଲ୍ୟାଣ୍ଡ ମାଟିରେ ଏକ ଐତିହାସିକ ସିରିଜ୍ ବିଜୟ ହାସଲ କରିବାଠାରୁ ଟିମ୍ ଇଣ୍ଡିଆ ମାତ୍ର ଗୋଟିଏ ପାଦ ଦୂରରେ ରହିଛି । ୫ ମ୍ୟାଚ୍ ବିଶିଷ୍ଟ ଏହି ସିରିଜରେ ଭାରତ ବର୍ତ୍ତମାନ ୨-୧ରେ ଆଗୁଆ ରହିଛି । ନ୍ୟୁଜିଲାଣ୍ଡ ଅଧିନାୟକ ମିଚେଲ ସାଣ୍ଟନର ଏହି ଗସ୍ତରେ ଦଶଟି ମ୍ୟାଚ୍ ମଧ୍ୟରୁ ମାତ୍ର ଦ୍ୱିତୀୟ ଥର ପାଇଁ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ବାଛିଛନ୍ତି । ପ୍ରଥମ ଦୁଇଟି ମ୍ୟାଚରେ ସାତୋଟି ୱିକେଟ୍ ନେଇ ଭଲ ପ୍ରଦର୍ଶନ କରିବା ପରେ ଟେଷ୍ଟ କ୍ୟାମ୍ପରେ ଯୋଗ ଦେଇଥିବା ଗୁରନୁର ବ୍ରାରଙ୍କ ସ୍ଥାନରେ ତାଙ୍କୁ ଦଳରେ ସାମିଲ କରାଯାଇଛି ।