ଭୁବନେଶ୍ୱର, ୨୩/୧୧ : କିଟ୍ ବିଶ୍ୱବିଦ୍ୟାଳୟରେ ଇଷ୍ଟ ଜୋନ୍ NSS ପ୍ରି-ରିପବ୍ଲିକ୍ ଡେ ପରେଡ୍ କ୍ୟାମ୍ପ-୨୦୨୬ର ଉଦଯାପିତ। କିଟ୍ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ୍ -୧୭ ସ୍ଥିତ ଅଡିଟୋରିୟମରେ ନଭେମ୍ବର ୧୩ରୁ ଏହି ଶିବିର ଚାଲିଥିଲା। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନ ଜାତୀୟ ସେବା ଯୋଜନା (ଏନ୍ ଏସ୍ ଏସ୍ ) ପକ୍ଷରୁ ଏହି ଶିବିର ଆୟୋଜିତ ହୋଇଥିଲା। ଭୁବନେଶ୍ୱରସ୍ଥିତ NSSର ଆଞ୍ଚଳିକ ନିର୍ଦ୍ଦେଶାଳୟ ଏବଂ କିଟ୍ NSS ବ୍ୟୁରୋର ମିଳିତ ସହଯୋଗରେ କାର୍ଯ୍ୟକ୍ରମର ଆୟୋଜନ କରାଯଇଥିଲା । ଉଦଯାପନୀ ସମାରୋହରେ କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ, ପ୍ରୋ-ଭାଇସ୍ ଚାନ୍ସେଲର ଡକ୍ଟର ଜୟନ୍ତ ମହାପାତ୍ର, NSS ନୂଆଦିଲ୍ଲୀର ଯୁବ ଅଧିକାରୀ ଶ୍ରୀ ସମ୍ରାଟ କୁମାର ଯାଦବ ଏବଂ NSSର ଆଞ୍ଚଳିକ ନିର୍ଦ୍ଦେଶକ ତଥା ଶିବିର ନିର୍ଦ୍ଦେଶକ ଅଜିତ କୁମାର କୁମ୍ଭାର ଉପସ୍ଥିତ ଥିଲେ।
ଏହାସହ ରାଜ୍ୟସଭା ସାଂସଦ ଗୁଲାମ ଅଲ୍ଲୀ ଖଟାନା ଲୋକସଭା ସାଂସଦ ତଥା ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ସଂକ୍ରାନ୍ତ ସଂସଦୀୟ କମିଟିର ଅଧ୍ୟକ୍ଷ ଡ. ଫଗନ ସିଂହ କୁଲାସ୍ତେ ଯୋଗ ଦେଇଥିଲେ। ଏହି ଅବସରେ କିଟ ଓ କିସ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଶ୍ରୀ କୁଲସ୍ତେଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଶିବିରରେ ଅଂଶଗ୍ରହଣ କରିଥିବା ସ୍ୱେଚ୍ଛାସେବୀମାନଙ୍କୁ ଜାତୀୟ ସ୍ତରରେ ପରେଡରେ ଅଂଶଗ୍ରହଣ ପାଇଁ ପ୍ରସ୍ତୁତ କରିବା ସହ ଶୃଙ୍ଖଳା, ନେତୃତ୍ୱ ଓ ଦେଶସେବା ଭାବନାକୁ ଗୁରୁତ୍ୱ ଦିଆଯାଇଛି ବୋଲି ଶ୍ରୀ କୁଲାସ୍ତେ କହିଥିଲେ ।ଏହା ସହିତ କିଟ ଓ କିସ ପ୍ରତିଷ୍ଠାତାଙ୍କର ଭୁୟଶୀ ପ୍ରଶଂସା କରିଥିଲେ ଡ. ଫଗନ ସିଂ କୁଲାସ୍ତେ ।
ଶିବିରରେ ପୂର୍ବାଞ୍ଚଳର ୧୦ଟି ରାଜ୍ୟରୁ ପ୍ରାୟ ୨୦୦ ଜଣ NSS ସ୍ୱେଚ୍ଛାସେବୀ ଯୋଗଦେଇଥିଲେ । ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆସନ୍ତା ୨୦୨୭ ଜାନୁଆରୀ ୨୬ରେ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ହେବାକୁ ଥିବା ଗଣତନ୍ତ୍ର ଦିବସ ପରେଡ୍ ପାଇଁ ସ୍ୱେଚ୍ଛାସେବୀ ଚୟନ କରିବା