ବାପୁଜୀ ନଗର ମାର୍କେଟ ଅନିର୍ଦ୍ଦିଷ୍ଟ କାଳ ପାଇଁ ସିଲ୍‌ : ସାମାଜିକ ଦୂରତ୍ୱ ଉଲ୍ଲଂଘନ

ଭୁବନେଶ୍ୱର,୧୨।୫ : ସାମାଜିକ ଦୂରତ୍ୱ ନିୟମ ଭଙ୍ଗ କରୁଥିବାରୁ ଭୁବନେଶ୍ୱର ବାପୁଜୀ ନଗର ମାର୍କେଟକୁ ମଙ୍ଗଳବାର ସିଲ୍‌ କରିଦିଆଯାଇଛି। ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏହି ମାର୍କେଟକୁ ସିଲ୍‌ କରାଯାଉଥିବା ନେଇ ବିଏମ୍‌ସି ଜୋନାଲ ଡେପୁଟୀ କମିଶନର ଅଂଶୁମାନ ରଥ ସୂଚନା ଦେଇଛନ୍ତି। ତେବେ ଏହି ସିଲ୍‌ ପ୍ରକ୍ରିୟା ଜାରି ରହିଥିବା ବେଳେ ପାଖାପାଖି ୧୨ଶହ ଦୋକାନ ସିଲ୍‌ କରାଯାଇଥିବା ଜଣାପଡ଼ିଛି। ବାପୁଜୀ ନଗର ମାର୍କେଟରେ ଥିବା ଜରୁରୀ ସାମଗ୍ରୀଗୁଡିକୁ ଛାଡି ବାକି ସବୁ ଦୋକାନ ବନ୍ଦ ରହିବ ବୋଲି ରଥ କହିଛନ୍ତି।