ଭାରତ ଚୀନ ମଧ୍ୟରେ ବଢୁଛି ବିବାଦ, ସୀମାରେ ବହୁ ମାତ୍ରାରେ ଯୁଦ୍ଧାସ୍ତ୍ର ମୁତୟନ କରୁଛନ୍ତି ଦୁଇ ଦେଶ

ଲଦାଖ,୧/୬: ପୂର୍ବ ଲଦାଖର ବିବାଦୀୟ ଅଞ୍ଚଳ ନିକଟରେ ଥିବା ସାମରିକ ବେସରେ ଭାରତୀୟ ଏବଂ ଚୀନ୍ ସୈନ୍ୟମାନଙ୍କ ପକ୍ଷରୁ ଭାରି ମାତ୍ରାରେ ତୋପ ଏବଂ ଟ୍ୟାଙ୍କ ସମେତ ଭାରୀ ଯୁଦ୍ଧା ଅସ୍ତ୍ରଶସ୍ତ୍ର ଏବଂ ଗୁଳି ସଂଗ୍ରହ କରି ରଖା ଯାଉଥିବା ନେଇ ସୂଚନା ମିଳିଛି । ଗତ 25 ଦିନ ମଧ୍ୟରେ ଅସ୍ତ୍ରଶସ୍ତ୍ର ଜମା ହେବା କାରଣରୁ ଦୁଇ ଦେଶରେ ଲଦାଖର ଯୁଦ୍ଧକ୍ଷେତ୍ର ହେବାର ସମ୍ଭାବନା ବୃଦ୍ଧି ପାଉଛି । ଭାରତ ଏବଂ ଚୀନ ମଧ୍ୟରେ ସାମରିକ ତଥା କୂଟନୈତିକ ସ୍ତରରେ କଥାବାର୍ତ୍ତା ଜାରି ରହିଥିବା ଜଣାପଡିଛି । କଥାବାର୍ତ୍ତା ଦ୍ୱାରା ଏହି ସମସ୍ୟାର ସମାଧାନ କରିବା ନେଇ ଦୁଇ ଦେଶ ପକ୍ଷରୁ ଉଦ୍ୟମ କରାଯାଉଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍କର୍ସ ବାହାରି ପାରିନାହିଁ ।

ଚୀନ୍ ସୈନ୍ୟବାହିନୀ ଧୀରେ ଧୀରେ ଭାରତର ପୂର୍ବ ଲଦାଖରେ ଥିବା ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍- LAC (ପ୍ରକୃତ ସୀମା ରେଖା) ନିକଟରେ ଥିବା ସାମରିକ ବେସରେ ଅସ୍ତ୍ରଶସ୍ତ୍ର ସଂଗ୍ରହ କରିବାରେ ଲାଗିଛି। ଚୀନ୍ ସୈନ୍ୟବାହିନୀ ସେଠାରେ ବହୁ ସଂଖ୍ୟକ ପଦାତିକ ସୈନ୍ୟଙ୍କ ପାଇଁ ଆବଶ୍ୟକ ଥିବା ଯୁଦ୍ଧଅସ୍ତ୍ରଶସ୍ତ୍ର ମଧ୍ୟ ନିୟୋଜିତ କରିଛନ୍ତି।

ଚୀନ୍ ସୈନ୍ୟଙ୍କର ମୁକାବିଲା ପାଇଁ ଭାରତୀୟ ସେନା ମଧ୍ୟ ସେଠାରେ ନିଜର ଶକ୍ତି ଏବଂ ନିୟୋଜନ ବୃଦ୍ଧି କରିଛି। ଭାରତ ମଧ୍ୟ ପୂର୍ବ ଲଦାଖକୁ ତୋପ ଏବଂ ସାମରିକ ଉପକରଣ ପଠାଇଥିବା ଜଣାପଡିଛି । ପାଙ୍ଗୋଙ୍ଗ ହ୍ରଦ, ଗାଲଭାନ ଉପତ୍ୟକା ଏବଂ ଲଦାଖର ଅନ୍ୟାନ୍ୟ ଅଞ୍ଚଳରେ ପୂର୍ବ ସ୍ଥିତି ନଆସିବା ପର୍ଯ୍ୟନ୍ତ ଭାରତ ମଧ୍ୟ ଚୁପ୍ ରହିବ ନାହିଁ ବୋଲି ସ୍ପଷ୍ଟ କରିଛି। ଏହି ବିବାଦୀୟ ଅଞ୍ଚଳରେ ଭାରତୀୟ ବାୟୁସେନା ପକ୍ଷରୁ ଆକାଶରୁ ନିରନ୍ତର ପାଟ୍ରୋଲିଂ କରାଯାଉଛି ।

ସୂଚନାଯୋଗ୍ୟ ଯେ ମେ ମାସ ଆରମ୍ଭରେ ଚୀନ୍ ସାମରିକ ଅଧିକାରୀମାନେ ଏହାକୁ ନିଜର ବୋଲି କହି ସୀମାନ୍ତ ଭାରତୀୟ ଅଞ୍ଚଳରେ ପାଟ୍ରୋଲିଂ ଆରମ୍ଭ କରିଥିଲେ। ଏବଂ ସେବେଠାରୁ ପାଙ୍ଗଙ୍ଗ ହ୍ରଦ ଏବଂ ଗାଲଭାନ୍ ଉପତ୍ୟକାରେ ଅସ୍ଥାୟୀ ଶିବିର ନିର୍ମାଣ କରାଯାଇଥିଲା | ଅନ୍ୟପକ୍ଷରେ ଭାରତୀୟ ସେନା ଏହାର ଦୃଢ ବିରୋଧ ପ୍ରଦର୍ଶନ କରି ତୁରନ୍ତ ଏହି ଅଞ୍ଚଳରେ ଶାନ୍ତି ଫେରାଇ ଆଣିବାକୁ ନିର୍ଦ୍ଦେଶ ଦେଇଛି। ଚୀନ୍ ସୈନ୍ୟବାହିନୀ ମଧ୍ୟ ଡେମୋକୋକ ଏବଂ ଦୌଲତା ବାଗ (ପୁରୁଣା) କୁ ନିଜ ଅଞ୍ଚଳ ବୋଲି ଦାବି କରିକି ଏହା ଉପରେ ନିଜର ଦାବି ରଖିବାକୁ ସାହସ କରିଛନ୍ତି ।

ଚୀନ୍ ସେନା ପାଙ୍ଗୋଙ୍ଗ ସୁସୁ ହ୍ରଦ ଏବଂ ଗାଲଭାନ୍ ଉପତ୍ୟକାରେ 2500 ସୈନ୍ୟ ମୁତୟନ କରିଛି। ମିଲିଟାରୀ ଏବଂ କୂଟନୈତିକ ସ୍ତରରେ ଅନେକ ବାର ବିଝାଇବା ସ୍ୱତ୍ତେ ଚୀନ୍ ସୈନ୍ୟ ନିଜ ପୁରୁଣା ସ୍ଥାନକୁ ଫେରିନାହାଁନ୍ତି।

ଭାରତୀୟ ସାଟେନାଇଟ ଇମେଜ ଗୁଡିକରେ ଦେଖିବାକୁ ମିଳିଛି ଯେ ଚୀନ ତା ସେନା ବେସରେ ବଡ ଆକାରର କ୍ଲାସ- ଏ ଶ୍ରେଣୀର ୟୁଦ୍ଧଅସ୍ତ୍ରଶସ୍ତ୍ର ସବୁ ମୁତୟନ କରିଛି | ଭାରତ ଏହାର ସୀମାବର୍ତ୍ତୀ ଅଞ୍ଚଳରେ ଚାଲିଥିବା ନିର୍ମାଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବାକୁ ଚୀନ ଦାବି କରୁଛି। ସୂତ୍ରରୁ ପ୍ରକାଶ ଯେ ଚୀନ୍‌କୁ ଉପଯୁକ୍ତ ଉତ୍ତର ଦେବାପାଇଁ ଭାରତୀୟ ସେନା ପକ୍ଷରୁ ମଧ୍ୟ ସମାନ ପରିମାଣରେ ଅସ୍ତ୍ର ସଂଗ୍ରହ କରିବା କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି।